ଭୁବନ,୧୦/୦୬/୨୦୨୨( ଓଡ଼ିଶା ସମାଚାର )- ଭୁବନରେ ତୃତୀୟା ଦେବଜୀୟୁ ଙ୍କ ସ୍ନାନ ପୂର୍ଣ୍ଣମୀ ଓ ରଥଯାତ୍ରା ନିମନ୍ତେ ଗୁରୁବାର ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କରୋନା ସକାଶେ ସରକାରଙ୍କର କୌଣସି କଟକଣା ନଥିବାରୁ ଅତ୍ୟନ୍ତ ଶ୍ରଦ୍ଧା,ଭକ୍ତି ଓ ଆନନ୍ଦ,ଉଲ୍ଲାସର ସହ ୧୪ ତାରିଖ ମଙ୍ଗଳବାର ସ୍ନାନ ପୂର୍ଣ୍ଣମୀ ଓ ଜୁଲାଇ ୧ ତାରିଖ ଶୁକ୍ରବାର ରଥଯାତ୍ରା ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା । ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ତଥା ନଗରପାଳ ଶୁଭେନ୍ଦୁ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆଦ୍ୟସେବକ ରାମଚନ୍ଦ୍ର ରାଉତ,ଉପଦେଷ୍ଟା ଗୋପୀନାଥ ମହାନ୍ତି, ମୁଖ୍ୟ ପୁରୋହିତ ତୁଷାରକାନ୍ତି ମିଶ୍ର ଙ୍କ ସମେତ ଦିଲ୍ଲୀପ କୁମାର ଦାସ, ପଣ୍ଡିତ ମାତୃ ପ୍ରସାଦ ମିଶ୍ର,ସନ୍ତୋଷ ପୋଥାଳ ,ନିରଂଜନ ଗୁରୁ , ନବ କିଶୋର ପାତ୍ର, ବିନୋଦ ମହାରଣା , ଅମ୍ବୁଜକୁମାର ସାହୁ, ପ୍ରଦୀପ୍ତ ସାହୁ, ଦେବାନନ୍ଦ ସାହୁ ପ୍ରମୁଖ ଟ୍ରଷ୍ଟ ସଦସ୍ୟ ଓ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ଚଳିତ ବର୍ଷ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ସଫଳ କରିବାକୁ ବିଭିନ୍ନ ଯୋଜନା କରିଥିଲେ । ଓଡ଼ିଶା ସମାଚାର