କେନ୍ଦ୍ରାପଡ଼ା, ୧୦/୦୬/୨୦୨୨( ଓଡ଼ିଶା ସମାଚାର )- ଜଣେ ୯୫ ପ୍ରତିଶତ ଭିନ୍ନକ୍ଷମ ପୁଅକୁ ସରକାରୀ ସହାୟତା ପ୍ରଦାନ କରାଯିବାକୁ ତା’ର ମା ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି । ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ କାଟଣା ଗ୍ରାମ ପଂଚାୟତ ଅତରପୁର ଗ୍ରାମର ଶ୍ରୀକାନ୍ତ କୁମାର ନାୟକଙ୍କ ୧୩ ବର୍ଷର ପୁଅ ସୁରଜ ନାୟକ ୯୫ ପ୍ରତିଶତ ଭିନ୍ନକ୍ଷମ ଅଟନ୍ତି । ଭିନ୍ନକ୍ଷମଙ୍କ ପାଇଁ ସରକାରୀ ସ୍ତରରେ ଥିବା ସମସ୍ତ ସୁବିଧା ସୁଯୋଗ ପାଇବା ନିମନ୍ତେ ମା’ ସରସ୍ୱତୀ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଲିଖିତ ଅଭିଯୋଗ କରି ଆସୁଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ତାଙ୍କୁ ଏ ପର୍ଯ୍ୟନ୍ତ ସରକାରୀ ସାହାଯ୍ୟ ମିଳିପାରି ନାହିଁ । ଏ ଘଟଣାକୁ ନେଇ ସରସ୍ୱତୀ ଜିଲ୍ଲପାଳଙ୍କୁ ସାକ୍ଷାତ କରିବା ସହିତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭେଟି ପୁଅ ସୁରଜକୁ ସରକାରୀ ସହାୟତା ଯଥା ଭତା, ଆବାସ ଯୋଜନା, ରାସନ କାର୍ଡ ଆଦି ସୁବିଧା ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର