Friday , March 31 2023
Home / ବିଶେଷ / ବ୍ୟବସାୟୀଙ୍କ ଘରୁ ଡକାୟତି: ଜବତ ହେଲା ଚୋରି ୩୧ ଲକ୍ଷ ଟଙ୍କା

ବ୍ୟବସାୟୀଙ୍କ ଘରୁ ଡକାୟତି: ଜବତ ହେଲା ଚୋରି ୩୧ ଲକ୍ଷ ଟଙ୍କା

ପ୍ରେସମିଟରେ ସୂଚନା ଦେଲେ କଳାହାଣ୍ଡି ଏସପି
ଧର୍ମଗଡ,୧୦/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ): ଧର୍ମଗଡ଼ ଠାରେ ହୋଇଥିବା ବଡ଼ ଧରଣର ଡ଼କାୟତି ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାରେ ୪ଜଣ ଗିରଫ ହେବାସହ ସେମାନଙ୍କ ପାଖରୁ ନଗଦ ୩୧ ଲକ୍ଷ ଟଙ୍କା ସହ ୪ ମୋଟର ସାଇକେଲ, ୬ ମୋବାଇଲ ଜବତ ହୋଇଛି। ଆଜି ଧର୍ମଗଡ଼ ଏସଡ଼ିପିଓ କାର୍ୟ୍ୟାଳୟ ଠାରେ ଅନୁଷ୍ଠିତ ଏକ ପ୍ରେସମିଟରେ ସବିଶେଷ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଅଭିଳାଷ ଜି। ଗତ ମଇଁ ୩୦ ତାରିଖ ରାତିରେ ଧର୍ମଗଡ଼ର ବ୍ୟବସାୟୀ ଦିନେଶ ଅଗ୍ରୱାଲଙ୍କ ଘରୁ ଏକ ବଡ଼ ଧାରଣ ଳର ଡକାୟତି ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ପକ୍ଷରୁ ତଦନ୍ତ ଜୋରଦାର ହୋଇଥିଲା। ଏହି ମାମଲାରେ ଟିଟିଲାଗଡ଼ ଅଞ୍ଚଳର ବାସୁ ପୁଟେଲ, ନେପାଳ ଆଡ଼ଜୁଆଡ଼, ଯୁଗେନ ପଟେଲ, କୈଳାସ ହାତୀ ନାମକ ୪ ଜଣ ବ୍ୟକ୍ତିକୁ ପୋଲିସ ଗିରଫ କରି ସେମାନଙ୍କ ଠାରୁ ୩୧ ଲକ୍ଷ ୪୫ ହଜାର ୬୮୦ ଟଙ୍କା, ୨ ଭରି ସୁନା, ୪ ମୋଟର ସାଇକେଲ, ୬ ମୋବାଇଲ ଫୋନ, ୨ଟି ଫିଙ୍ଗର ଗ୍ଲୋବ ଓ ଗୋଟିଏ ଚୋରିରେ ବ୍ୟବହୃତ କେମିକାଲ ବୋତଲକୁ ଜବତ କରିଛି। ଏହି ଚୋରିରେ ସମ୍ପୃକ୍ତ ଥିବା ୨ ଜଣ ଫେରାର ଅଛନ୍ତି। ଗତ ୩୦ ତାରିଖ ମଧ୍ୟ ରାତ୍ରି ରେ ଶ୍ରୀ ଅଗ୍ରୱାଲଙ୍କ ଘର କୁ ପଶି କେମିକାଲ ପ୍ରୟୋଗ କରିବା ସହ ବ୍ୟବସାୟୀ ଙ୍କ ମାଁ ଓ ଭଉଣୀ ସୋଇଥିବା କୋଠରୀରେ ପଶି ପ୍ରାୟ ୫୦ ଲକ୍ଷ ଟଙ୍କା ଭର୍ତି ୨ ଟି ବ୍ୟାଗ ଧରି ଚମ୍ପଟ ମାରିଥିଲେ। ବର୍ତ୍ତମାନ ଫେରାର ଥିବା ୨ ଅଭିଯୁକ୍ତ ଗିରଫ ହେବା ପରେ ଆହୁରି ଚୋରି ସାମଗ୍ରୀ ମିଳିବାର ଆଶା ଥିବା କହିଛନ୍ତି କଳାହାଣ୍ଡି ଏସପି। ଓଡ଼ିଶା ସମାଚାର

Leave a Reply

Your email address will not be published.