Friday , March 31 2023
Home / ବିଶେଷ / ପାରାଦୀପ ଟ୍ରାଫିକ୍ ସମସ୍ୟାକୁ ନେଇ କାର୍ଯ୍ୟରତ ସାମ୍ବାଦିକଙ୍କ ନୀରବ ପ୍ରତିବାଦ – –

ପାରାଦୀପ ଟ୍ରାଫିକ୍ ସମସ୍ୟାକୁ ନେଇ କାର୍ଯ୍ୟରତ ସାମ୍ବାଦିକଙ୍କ ନୀରବ ପ୍ରତିବାଦ – –

ସମସ୍ୟା ଖୁବ୍ ଶୀଘ୍ର ସମାଧାନ ହେବାକୁ ଏଡିଏମ ଙ୍କ ପ୍ରତିଶୃତି
ପାରାଦୀପ,୧୦/୦୬/୨୦୨୨( ଓଡ଼ିଶା ସମାଚାର )- ପାରାଦୀପର ମରଣଯନ୍ତା କୁହାଯାଉଥିବା ପ୍ରବେଶ ପଥ ଦୋଛକି ରୁ ଅଠରବାଙ୍କୀ ପର୍ଯ୍ୟନ୍ତ ରାସ୍ତାକଡରେ ଭାରିଯାନର ବେଆଇନ୍ ପାର୍କିଙ୍ଗ ଯୋଗୁଁ ସଡକ ଦୂର୍ଘଟଣାରେ ଅନେକ ଜୀବନ ଯିବା ପରେବି ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଏହି ଜାତୀୟ ରାଜପଥକୁ ଜବରଦଖଲ କରି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରଶାସନିକ ତାଗିଦ ନଥିବାରୁ ଅନାୟସରେ ବ୍ୟବସାୟ କରିଚାଲିଛନ୍ତି । ଫଳରେ ରାସ୍ତା ସଂକୁଚିତ ହେବା ସହ ଦୂର୍ଘଟଣା ଘଟୁଛି । ଅକାଳରେ ନିରୀହ ଜୀବନ ଝଡି ପଡୁଥିଲେବି ସମସ୍ତେ ଦେଖିବି ଆଖି ବୁଜି ଦେଉଛନ୍ତି । ପ୍ରଶାସନର ଏହି ଉଦାସିନତାକୁ ଗୁରୁତ୍ୱର ସହ ନେଇ ପାରାଦୀପର କାର୍ଯ୍ୟରତ ସାମ୍ବାଦିକମାନେ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ୭ ଦିନ ମଧ୍ୟରେ ପଦକ୍ଷେପ ନେବାକୁ ପ୍ରଶାସନକୁ ନିବେଦନ କରାଯାଇଥିଲା । ତେବେ ଏହି ୭ ଦିନ ମଧ୍ୟରେ କିଛି ଫଳ ନମିଳିବାରୁ ଶୁକ୍ରବାର ଦିନ କାର୍ଯ୍ୟରତ ସାମ୍ବାଦିକମାନେ ପାରାଦୀପ ଏଡିଏମ୍ ଙ୍କ କାର୍ଯ୍ୟାଳୟ ନିକଟସ୍ଥ ମହାତ୍ମା ଗାନ୍ଧିଙ୍କ ପୂର୍ଣ୍ଣ ଅବୟବ ନିକଟରେ ଧାରଣାରେ ବସିଥିଲେ । ପାରାଦୀପର ଏଡିଏମ୍ ଡ.କାହ୍ନୁ ଚରଣ ଧିର ଧାରଣାସ୍ଥଳକୁ ଆସି କାର୍ଯ୍ୟରତ ସାମ୍ବାଦିକମାନଙ୍କ ସହିତ ଆଲୋଚନା କରିଥିଲେ । କାର୍ଯ୍ୟରତ ସାମ୍ବାଦିକମାନଙ୍କ ଏହି ଦାବି ଯଥାର୍ଥ, ପ୍ରଶାସନ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ନେଇ ସେ ସୁଚନା ଦେଇଥିଲେ । ଖୁବ୍ କମ୍ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯିବାକୁ ପ୍ରଶାସନ ଯୋଜନା କରିଥିବା ଡ.ଧିର କହିଥିଲେ । ଯଦି ପ୍ରଶାସନ ତାର ପ୍ରତିଶୃତି ରକ୍ଷା ନକରେ ତେବେ ଆଗାମୀ ୨୦ ତାରିଖ ଦିନ କାର୍ଯ୍ୟରତ ସାମ୍ବାଦିକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.