Friday , March 31 2023
Home / ତାଜା ଖବର / ଡେରାବିଶ ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ୫ ହଜାର ଟଙ୍କା ଲଂଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ

ଡେରାବିଶ ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ୫ ହଜାର ଟଙ୍କା ଲଂଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ

କେନ୍ଦ୍ରାପଡା ୧୦/୦୬/୨୦୨୨( ଓଡ଼ିଶା ସମାଚାର )-ଶିକ୍ଷା ବିଭାଗରେ ଏବେ ଲଗାତର ଲାଂଚ କାରବାର କଥା ପଦାକୁ ଆସୁଛି । ଗତ କିଛି ଦିନ ତଳେ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ୍ ବିଇଓ ଙ୍କୁ ଦୁର୍ନିତୀ ନିବାରଣ ବିଭାଗ ଧରିବା ବେଳେ କୌଶଳ କ୍ରମେ ସେ ଖସି ପଳାଇଯାଇଥିଲେ । ସେହିଦିନୁ ସେ ଫେରାର ଅଛନ୍ତି । ସେହିପରି ଗତକାଲି ବରଗଡ଼ ଜିଲାର ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଜଣେ ଶିକ୍ଷକଙ୍କ ବନ୍ଦ ଥିବା ଦରମା ପ୍ରଦାନ ପାଇଁ ୫ ହଜାର ଟଙ୍କା ଲଂଚ ନେଉଥିବାବେଳେ ଦୁର୍ନିତୀ ନିବାରଣ ବିଭାଗ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି । ଆଜି ସମାନ ଢ଼ଙ୍ଗରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ବିପିନ୍ ବିହାରୀ ସିଂହ ଦୁର୍ନିତୀ ନିବାରଣ ବିଭାଗ ହାତରେ ଧରାପଡ଼ିଛନ୍ତି । ଦରମା ବନ୍ଦ ଥିବା ଜଣେ ଶିକ୍ଷକଙ୍କ ଦରମା କରେଇ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଡେରାବିଶ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟରେ କେନ୍ଦ୍ରାପଡ଼ା ଭିଜିଲାନ୍ସ ବିଭାଗ ହାତରେ ସେ ଧରାପଡ଼ିଛନ୍ତି । ମିଳିଥିବା ସୁଚନା ଅନୁଯାୟୀ ପଲ୍ଲୀପଟଣା ସ୍ଥିତ ଭାଗବତ ନୋଡାଲ ୟୁପି ସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ଵାଇଁଙ୍କ ଦରମା କରେଇ ଦେବା ପାଇଁ ବିପିନ୍ ବିହାରୀ ସିଂହ ତାଙ୍କଠାରୁ ୫ ହଜାର ଟଙ୍କା ଦାବି କରିଥିଲେ । ଦାବି ମୁତାବକ ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରି ତାଙ୍କ ନିକଟରୁ କେମିକାଲ ବୋଳା ଟଙ୍କା ଜବତ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.