ଗରଦପୁର, ୧୦/୦୬/୨୦୨୨( ଓଡ଼ିଶା ସମାଚାର )- ପାଟକୁରା ନିକଟସ୍ଥ ଦକ୍ଷିଣ ପାଶ୍ୱର୍ ଚିତ୍ରୋତ୍ପଳା ନଦୀରେ ୬ ଟି ବୁରୁଜ ସାଙ୍ଗକୁ ୫୦୦ ମିଟର ପଥର ପ୍ୟାକିଂ ନିର୍ମାଣ କାର୍ଯ୍ୟ ଏବେ ଶେଷ ହୋଇଛି । ନଦୀ ଓ ବୁରୁଜର ଅପର ପାଶ୍ୱର୍ରେ ଥିବା ଆଖୁଆ ଗ୍ରାମର ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ପାଟକୁରା – ସମସରା ପଟର ମୃତିକା କ୍ଷୟ କୁ ସୁରକ୍ଷା ଦେବା ପାଇଁ ପାଟକୁରା ଜଳ ସମ୍ପଦ ବିଭାଗ ପକ୍ଷରୁ ୫ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ବୁରୁଜ ବନ୍ୟା ସମୟରେ ନଦୀ ର ଅନ୍ତସ୍ୱତକୁ କଂଟ୍ରୋଲ କରିବା ସହିତ ଅପର ପାଶ୍ୱର୍ରେ ଥିବା ଆଖୁଆ ଗ୍ରାମର ବାଲି ପଠାକୁ କ୍ଷୟ କରିବ ବୋଲି ଜଳ ସମ୍ପଦ ବିଭାଗ ଲକ୍ଷ ରଖିଛି । ଅପର ପକ୍ଷରେ ଛଅ ଛଅ ଟି ବୁରୁଜ ବାଲି ପଠାକୁ କ୍ଷୟ କରିବା ସହିତ ଆଖୁଆ ଗ୍ରାମର ନଦୀ ପଠାକୁ କ୍ଷୟ କରି ଆଖୁଆ ଗ୍ରାମ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଖୁଆ ଗ୍ରାମବାସୀ ଆଶଙ୍କା କରିଛନ୍ତି । କାରଣ ସର୍ବାଧିକ ଅଙ୍କା ବଙ୍କା ଥିବା ଚିତ୍ରୋତ୍ପଳା ନଦୀ ଆଖୁଆ ଗ୍ରାମର ପଶ୍ଚିମ ଦିଗ ଓ ଦକ୍ଷିଣ ଦିଗରେ ପ୍ରବାହିତ ହେଉଛି । ଗତ ୫୦ ବର୍ଷରେ ଚିତ୍ରୋପôଳା ନଦୀ କୂଳ ଲଂଘି ଲଂଘି ଆଖୁଆ ଗ୍ରାମର ୧୫ ନମ୍ବର ୱାର୍ଡ଼ ରେ ହାରା ହାରି ୫୦୦ ମିଟର ନଦୀ ପଠା କ୍ଷୟ ହେବା ଦ୍ୱାରା ସେଠାରେ ବସବାସ କରୁଥିବା ୪୦ ରୁ ଉଦ୍ଧ୍ୱର୍ ପରିବାର ସ୍ଥାନାନ୍ତର ହୋଇଛନ୍ତି । ତେଣୁ ଏବେର ବୁରୁଜକୁ ଦେଖି ଆଖୁଆ ଗ୍ରାମର ବିଶେଷ କରି ୧୬ ନମ୍ବର ୱାର୍ଡ଼ ର ଲୋକେ ମନରେ ଭୟ କରୁଛନ୍ତି । ଉଲେଖନୀୟ ଏହିକି ଚିତ୍ରୋପôଳା ନଦୀର ଘାଇ ଜୋନ୍ ଭାବେ ପରିଚିତ କଳାବୁଦା ଠାରୁ ନୂଆପଡ଼ା ପର୍ଯ୍ୟନ୍ତ ଅଂଚଳ ବନ୍ୟା ସମୟରେ ସବୁବେଳେ ସମ୍ବେଦନ ଅଂଚଳ ଭାବେ ପରିଚିତ । ଯେତେବେଳେ ହାଇ ଫ୍ଲଡ଼ ହୋଇଛି, ଏହି ଘାଇ ଜୋନ୍ ରେ କୋଉଠି ନା କୋଉଠି ବନ୍ଧ ଫଟାଇ ଘାଇ ସୃଷ୍ଟି ହୋଇଥାଏ । ବିଶେଷକରି ଆଖୁଆ, ଅଭୟପୁର, ଓରିଶ, ସମସରା, ସମସରା ପାଟଣା, ମଦନା, ନଇନ୍ଦିପୁର, ପହଣା, ବେଡ଼ାରୀ, ବିଚଣା ଆଦି ସ୍ଥାନରେ ବାର ବାର ନଦୀ ବନ୍ଧ ଭାଙ୍ଗି ଘାଇ ହେବା ପୂର୍ବରୁ ରେକର୍ଡ଼ ରହିଛି । ତେଣୁ ଏବେ ଛଅ ଛଅଟି ବୁରୁଜ ନିର୍ମାଣ କରି ପାଟକୁରା ନଦୀ ଶଯ୍ୟା ପାଇଁ ସୁରକ୍ଷା କବଚ ସାଜିଥିବା ବୁରୁଜ ନିର୍ମାଣ ଆଖୁଆ ଗ୍ରାମ ପ୍ରତି କେତେ ବିପଦ ପୂର୍ଣ୍ଣ ହେଉଛି ବା ନାହିଁ ତାହା ସମୟ କହିବ । ଓଡ଼ିଶା ସମାଚାର