Wednesday , July 6 2022
Breaking News
Home / ଶିକ୍ଷା / ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ – ଶିକ୍ଷକ ବୈଠକ

ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ – ଶିକ୍ଷକ ବୈଠକ

ଭୁବନ,୧୦/୦୬/୨୦୨୨( ଓଡ଼ିଶା ସମାଚାର )- ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଠାରେ ଅବସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଚଳିତ ବର୍ଷ ୨୦୨୨-୨୩ ଶିକ୍ଷାବର୍ଷ ଆସନ୍ତା ୧୭ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହେବ । ଏଥି ନିମନ୍ତେ ଆଜି ସ୍କୁଲ ପରିସରରେ ଶିକ୍ଷକ – ଅଭିଭାବକ ମାନଙ୍କର ଏକ ପ୍ରସ୍ତୁତି ବୈଠକ ଗୋଷ୍ଠୀ ଶିକ୍ଷା ଧିକାରୀ ତଥା ପ୍ରିନ୍ସିପାଲ ପ୍ରତାପ କୁମାର ଶତପଥି ଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ସୁମତୀ ପ୍ରଧାନ,ବିଜ୍ଞାନ ଶିକ୍ଷକ ସୁବାଷଚନ୍ଦ୍ର ପାତ୍ର , ଗଣିତ ଶିକ୍ଷକ ଦେବ ପ୍ରସାଦ ସେନ , ଓଡିଆ ଶିକ୍ଷୟିତ୍ରୀ ଶ୍ରୀମତୀ ଶିବାନୀ ବେହେରା ପ୍ରମୁଖ ଯେଗଦେଇ ବିଦ୍ୟାଳୟର ସୁବିଧା,ଅସୁବିଧା,ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ,ସୁରକ୍ଷା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବିଦ୍ୟାଳୟ ଉପର ମହଲା ବାରଣ୍ଡାକୁ ଗ୍ରିଲ ଦ୍ୱାରା କଭର କରାଯିବା , ପିଲାଙ୍କ ପିଇବା ପାଇଁ ଆକ୍ୱାଗାର୍ଡ ରଖାଯିବାକୁ ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳ ,ଅରୁଣ କୁମାର ସାହୁ , ସନ୍ତୋଷ ସାଥୁଆ ମହାପାତ୍ର, ପ୍ରେମାନନ୍ଦ ପାଣିଗ୍ରାହୀ , ରମେଶ ମିଶ୍ର, ଡମ୍ବରୁଧର ମଲ୍ଲିକ, ଗିତାଞ୍ଜଳି ପଣ୍ଡା, ସୁମିତ୍ରା ନାୟକ ପ୍ରମୁଖ ଅଭିଭାବକମାନେ ଦାବି କରିଥିଲେ । ଏ ସଂପର୍କରେ ବିଡିଓ ଆର୍ଶୀବାଦ ପରିଡାଙ୍କୁ ଲିଖିତ ଭାବେ ଅଭିଯୋଗ କରିବାକୁ ଗୋଷ୍ଠୀ ଶିକ୍ଷା ଧିକାରୀ ପରାମର୍ଶ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ନିରାକାରପୁର ହାଇସ୍କୁଲ ୫-ଟି କାର୍ଯ୍ୟ:

 ମଜୁରୀ ମିଳିନି ସତ କିନ୍ତୁ ମନରେଗାର ନୁହେଁ – ବାସ୍ତବ କଥା ନବୁଝି ତିଳକୁ ତାଳ କରାଯାଉଛି ନିରାକାରପୁର, ୦୪/୦୭/୨୦୨୨(ଓଡ଼ିଶା …

Leave a Reply

Your email address will not be published. Required fields are marked *