Sunday , October 1 2023
Home / ବିଶେଷ / ଅମ୍ଳଜାନ ତିଆରି କରିବାର ଶକ୍ତି କେବଳ ବୃକ୍ଷର ଅଛି      

ଅମ୍ଳଜାନ ତିଆରି କରିବାର ଶକ୍ତି କେବଳ ବୃକ୍ଷର ଅଛି      

ରଘୁନାଥପୁର, ୧୦/୦୬/୨୦୨୨( ଓଡ଼ିଶା ସମାଚାର )- ଅମ୍ଳଜାନ ତିଆରି କରିବାର ଶକ୍ତି କେବଳ ବୃକ୍ଷର ଅଛି ବୋଲି ଆଜି ମାଣପୁର ପଂଚାୟତର ସରପୁର ଠାରେ ଅନନ୍ତବଳିଆ ନର୍ସରିକୁ ପୂର୍ବତନ ଅବୈତନିକ ବନ୍ୟଜନ୍ତୁ ସଂରକ୍ଷକ ପରିବେଶବିତ୍ ବିଜୟ କୁମାର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରି ଏହା କହିଥିଲେ । ସେ ଆହୁରି କହିଲେ ଯେ, ଜଳବାୟୁ ପରିବର୍ତ ରୋକିବାକୁ ହେଲେ ବ୍ୟାପକ ବୃକ୍ଷରୋପଣ କରାଯିବା ଆବଶ୍ୟକ । ଏଥିପାଇଁ ନିଜର ବାଡିବଗିଚା, ଶ୍ମାଶାନ, ବିଦ୍ୟାଳୟ, ମଠମନ୍ଦିର ପରିସରରେ ବ୍ୟାପକ ବୃକ୍ଷରୋପଣ କରି ତାର ଯତ୍ନ ନେବା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଏଥିରେ ଅନ୍ୟତମ ବରେଣ୍ୟ ଅତିଥି ଶିଶୁ ଅନନ୍ତ ଆଶ୍ରମର ବରିଷ୍ଠ ଅଧିକାରୀ ଶ୍ରୀନିବାସ ଦାସ (କୁନଭାଇ) ଯୋଗଦେଇ ବୃକ୍ଷ ମନୁଷ୍ୟର ପରମମିତ୍ର ଏବଂ ବୃକ୍ଷକୁ ଆମ୍ଭେମାନେ ଦେବତା ଭାବେ ପୂଜା କରିବା ସହିତ ବ୍ୟାପକ ବୃକ୍ଷରୋପଣ କରିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ପ୍ରଶାନ୍ତ କୁମାର ମିଶ୍ର, ସମାଜସେବୀ ଗୋକୁଳ ଚନ୍ଦ୍ର ପ୍ରଧାନ, କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ବୋଲି କହିଥିଲେ । ଏଥିରେ ସମାଜସେବୀ କୃଷ୍ଣଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । କିରଣ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *