Saturday , September 30 2023
Home / ବିଶେଷ / Breaking News : ଠିକାଦାରଙ୍କ ଖେଳ ଆଦିବାସୀ ପିଲାଙ୍କ ପାଇଁ ହେଲା କାଳ –

Breaking News : ଠିକାଦାରଙ୍କ ଖେଳ ଆଦିବାସୀ ପିଲାଙ୍କ ପାଇଁ ହେଲା କାଳ –

ମାଟି ଅତଡ଼ା ଧସି ଦୁଇ ଆଦିବାସୀ ନାବାଳକ ମୃତ

କେନ୍ଦ୍ରାପଡା, ୦୯/୦୬/୨୦୨୨( ଓଡ଼ିଶା ସମାଚାର )- ଜନୈକ ଠିକାଦାରଙ୍କ ଦ୍ୱାରା ବେଆଇନ୍ ଭାବେ ମାଟି ଖୋଳାଯାଇ ରାସ୍ତା କାମରେ ବ୍ୟବହାର କରାଯିବା ଯୋଗୁଁ ଦୁଇ ଆଦିବାସୀ ପିଲାଙ୍କ ପାଇଁ ତାହା କାଳ ହୋଇଥିବା ଦେଖାଯାଇଛି । ଯେଉଁ ସ୍ଥାନରୁ ଠିକାଦାର ମାଟି ଖୋଳୁଥିଲେ ସେହି ସ୍ଥାନରେ ମାଟି ଧସି ଯିବାରୁ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚକ୍ରୋଡ଼ା ପଂଚାୟତର ମାଗୁରଗଣ୍ଡପାଟଣା ଗ୍ରାମର ବିରିବାଟି ଦଣ୍ଡାରେ ରହୁଥିବା ଦୁଇ ଆଦିବାସୀ ନାବାଳକଙ୍କ ମୃତୁ୍ୟ ହୋଇଯାଇଛି । ମୃତ ନାବାଳକ ଦ୍ୱୟ ହେଲେ ବୁଲା ଜଙ୍କଙ୍କ ପୁଅ ମାନ ଜଙ୍କ(୮) ଓ ବୁଦୁରିଆ ଚାମ୍ପିଆଙ୍କ ପୁଅ ଶାରଦା ଚାମ୍ପିଆ(୧୩) । ଖବର ଅନୁଯାଇ ମାଗୁରଗଣ୍ଡପାଟଣାରୁ ନାନକାର ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ସେହି ରାସ୍ତା କାମରେ ମାଟି ବ୍ୟବହାର ପାଇଁ ଠିକାଦାର ଜଣକ ନିକଟ ଏକ ସ୍ଥାନରୁ ଚୋରାରେ ମାଟି ତାଡୁଥିଲେ । ଯେଉଁଠାରୁ ଚୋରାରେ ମାଟି ତାଡିଥିଲେ ସେହି ସ୍ଥାନକୁ ଏକ ପୋଖରୀ ଭଳି କରି ଦେଇଥିଲେ । ସେହି ସ୍ଥାନରେ ବିରିବାଟୀ ଦଣ୍ଡାରେ ରହୁଥିବା ବୁଲା ଜଙ୍କଙ୍କ ପୁଅ ମାନ ଜଙ୍କ, ବୁଦୁରାମ ଚମ୍ପିଆଙ୍କ ପୁଅ ଶାରଦା ଚମ୍ପିଆଙ୍କ ସମେତ ୬ ଜଣ ନାବାଳକ ଖେଳୁଥିଲେ । ସେହି ସମୟରେ ମାଟି ଅତଡ଼ା ଧସିଥିଲା । ଫଳରେ ତାହା ପିଲାମାନଙ୍କ ଉପରେ ଅଜାଡି ହୋଇ ପଡିଥିଲା । ଏହାପରେ ଖାଲରୁ ୪ ଜଣ ପିଲା ଜୀବନ ବିକଳରେ ଉଠି ଯାଇଥିଲେ । ହେଲେ ଦୁଇ ଜଣ ପିଲା ସେଠାରେ ଫସି ରହି ଯାଇଥିଲେ । ସନ୍ଧ୍ୟା ସୁଦ୍ଧା ପିଲାଦ୍ୱୟ ଘରକୁ ନ ଫେରିବାରୁ ପରିବାର  ଲୋକ ଖୋଜାଖୋଜି କରିଥିଲେ । ଏହାପରେ ଉକ୍ତ ସ୍ଥାନରୁ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ  ନିଆଯାଇଥିଲା । କିନ୍ତୁ ଡାକ୍ତର ପିଲା ଦ୍ୱୟଙ୍କୁ ମୃତଘୋଣା କରିଥିଲେ । ଏହି ଘଟଣାକୁ ନେଇ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଆଲୋଡନ ସୃଷ୍ଟି ହେଇଛି । ଏସମ୍ପର୍କରେ ଖବର ପାଇ କେନ୍ଦ୍ରାପଡା ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଏନେଇ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରିଛି ପୋଲିସ । ଅଭିଯୁକ୍ତ ଠିକାଦାରକୁ ତୁରନ୍ତ ଗିରଫ କରାଯିବା ପାଇଁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି ।  କେତେକ ସ୍ଥାନୀୟ ବ୍ୟକ୍ତି କହିଛନ୍ତି ଯେ  ଠିକାଦାର  ମାଟି ଉଠାଇବା ପାଇଁ ଗାତ ଖୋଳିନଥିଲେ ଦୁଇ ନିରିହ ପିଲାଙ୍କ ଜୀବନ ଏଭଳି ଭାବରେ ଚାଲିଯାଇ ନଥାନ୍ତା । ମୃତୁ୍ୟ ଘଟିଥିବା ପିଲାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବାକୁ ଦାବି ହୋଇଛି । ଏଥିସହ ସଂପୃକ୍ତ ଠିକାଦାରଙ୍କୁ ତୁରନ୍ତ ଗିରଫ କରାଯିବାକୁ ମଧ୍ୟ  ଦାବି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *