Tuesday , September 27 2022
Breaking News
Home / ବିଶେଷ / ଶିକ୍ଷାବିତ, ସାହିତ୍ୟ ସଂଗଠକ ବିଭୁତି ଭୂଷଣ ପରିଡା ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ

ଶିକ୍ଷାବିତ, ସାହିତ୍ୟ ସଂଗଠକ ବିଭୁତି ଭୂଷଣ ପରିଡା ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ

ନିଶ୍ଚିନ୍ତକୋଇଲି, ୦୯/୦୬/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ଆଦର୍ଶ ଶିକ୍ଷକ, ସାହିତ୍ୟ ସଂଗଠକ, ସୁ ବକ୍ତା ସ୍ବର୍ଗତ ବିଭୁତି ଭୂଷଣ ପରିଡା ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପୁରୁଣାପାରି ବାସଭବନ ରେ ପାଳିତ ହୋଇଯାଇଛି । ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ, ସାମ୍ବାଦିକ, ରାଜନେତା ତଥା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ କଳା ପରିଷଦ ସଭାପତି ପ୍ରମୋଦ ନାୟକ,ସାମ୍ବାଦିକ ଅଭୟ ଜେନା, ଭାଗବତ ପ୍ରଧାନ, ଲୋଲୁପ ସ୍ୱାଇଁ, ଦୁଇ ପୁତ୍ର ବିଶ୍ୱଜିତ ପରିଡା ଓ ଅମର ଜିତ ପରିଡା ଶ୍ରଦ୍ଧାଞ୍ଜଳି ସଭା ରେ ଯୋଗ ଦେଇ ଅମର ଆତ୍ମାର ସଦଗତି କାମନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.