Sunday , October 1 2023
Home / ତାଜା ଖବର / ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଲେ ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଲେ ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ

ବରଗଡ, ୦୯/୦୬/୨୦୨୨( ଓଡ଼ିଶା ସମାଚାର/ନୀରଂଜନ ତ୍ରିପାଠୀ )- ବରଗଡ ଜିଲ୍ଲା ଶିକ୍ଷା ବିଭାଗର ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇ ଜନୈକ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି । କେମିକାଲ ବୋଳା ନୋଟ ସବୁ ତାଙ୍କ ନିକଟରୁ ଜବତ କରାଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇ ଙ୍କୁ ସମ୍ବଲପୁର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇ କିଛି ଦିନ ତଳେ ଡୁଙ୍ଗୁରିପାଲି କୌଣସି କାରଣ ଦେଖାଇ ବିଦ୍ୟାଳୟର ୫ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଥିଲେ । ପରବର୍ତ୍ତୀ ସମୟରେ ପୁଣି ସେହି ଦରମାକୁ ପ୍ରଦାନନ କରିବା ପାଇଁ ସମ୍ପୃକ୍ତ ଶିକ୍ଷକ ମାନଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଟଙ୍କା ଲେଖା ଦାବି କରିଥିଲେ । ତେବେ ସଚେତନ ଶିକ୍ଷକ ମାନେ ଏଭଳି ଦୁର୍ନୀତିକୁ ବିରୋଧ କରିବା ସହ ଭିଜିଲାନ୍ସ ବିଭାଗକୁ ଯୋଗାଯୋଗ କରିଥିଲେ । ଭିଜିଲାନ୍ସ ବିଭାଗର ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା କେମିକାଲ ବୋଳା ଟଙ୍କା ଆଜି ଶ୍ରୀ ଭୋଇଙ୍କୁ ପ୍ରଦାନ କରାଯିବା ସମୟରେ ଭିଜିଲାନ୍ସ ବିଭାଗ ମାଡିବସିଥିଲା । ପରେ ତାଙ୍କ ଠାରୁ ସେହି କେମିକାଲ ବୋଳା ଟଙ୍କା ଜବତ କରାଯାଇ ପରୀକ୍ଷା କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *