ଭୁବନେଶ୍ୱର,୦୯/୦୬/୨୦୨୨( ଓଡ଼ିଶା ସମାଚାର )- ରାଜଧାନୀ ଉପକଂଠ ଘାଟିକିଆରେ ଗତ ରାତିରେ ହତ୍ୟାକାଣ୍ଡ ଘଟିଛି । ସ୍ୱାମୀ ହତ୍ୟା କରିଛି ନିଜ ସ୍ତ୍ରୀ କୁ । ମିଳିଥିବା ସୂଚନା ରୁ ଜଣାପଡ଼ିଛି ଯେ ଖଣ୍ଡଗିରି ଥାନା ଅନ୍ତର୍ଗତ ଘାଟିକିଆ ଅଂଚଳରେ ସଂଜୀବ ଦାସ ନାମକ ଜଣେ ରହୁଥିଲେ । ସେ ବେକାର ଅଛନ୍ତି । ତାଙ୍କର କୌଣସି ରୋଜଗାରର ପନ୍ଥା ନାହିଁ । ତାଙ୍କ ପତ୍ନୀ ସରସ୍ୱତୀ ଜଣେ ନର୍ସ । ସଂଜୀବ ନିଶା ସେବନ କରନ୍ତି । ପ୍ରତିଦିନ ନିଶା ସେବନ ପାଇଁ ପ୍ରତିଦିନ ପତ୍ନୀ ଙ୍କ ପାଖରୁ ଟଙ୍କା ନିଅନ୍ତି । ସରସ୍ୱତୀଙ୍କର ଗତ ୪ ଦିନ ତଳେ ମଧ୍ୟ ଗୋଟିଏ ଝିଅ ଜନ୍ମ ନେଇଛି ଓ ଗୋଟିଏ ୬ ବର୍ଷର ଝିଅ ଅଛନ୍ତି । ଗତକାଲି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ସ୍ୱାମୀ ସଂଜୀବ ୬ ବର୍ଷର ଝିଅର ତଂଟିକୁ କାଟିପକାଇବା ସହିତ ସ୍ତ୍ରୀ ସରସ୍ୱତୀ କୁ ହତ୍ୟା କରି ଫେରାର ହୋଇ ଯାଇଛି । ସ୍ତ୍ରୀ ମୃତ୍ୟୁ ବରଣ କରିଥିବାବେଳେ ୬ ବର୍ଷର ଶିଶୁ କନ୍ୟା ଗୁରୁତର ଆହତ ଅବସ୍ଥାରେ ସମ୍ ହସପିଟାଲ ରେ ଭର୍ତି କରାଯାଇଛି । ପଡ଼ୋସୀଙ୍କ ଠାରୁ ସୂଚନା ପାଇ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସାଇଂଟିଫିକ୍ ଟିମ୍ କୁ ଖବର ଦିଆଯାଇଛି । ସାଇଂଟିଫିକ୍ ଟିମ ପହିଂଲେ ତଦନ୍ତ ଆଗକୁ ଯିବ ବୋଲି ଜଣାପଡ଼ିଛି । ଡ଼ିସିପି ନିଯେ ଘଟଣାସ୍ଥଳରେ ପହଂଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ଓଡ଼ିଶା ସମାଚାର