Wednesday , July 6 2022
Breaking News
Home / କୃଷି / ପ୍ରଗତି କୃଷକ କ୍ଲବ୍ ବାର୍ଷିକ ଉତ୍ସବ 

ପ୍ରଗତି କୃଷକ କ୍ଲବ୍ ବାର୍ଷିକ ଉତ୍ସବ 

ଗରଦପୁର,୦୯/୦୬/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ଅନ୍ତର୍ଗତ ତିକନପୁରସ୍ଥିତ ପ୍ରଗତି କୃଷକ କ୍ଲବ ର ୧୮ତମ ବାର୍ଷିକ ଉତ୍ସବ ସ୍ଥାନୀୟ ତ୍ରିଲୋଚନ ମହାପୁରୁଷ ପିଠରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଅନୁଷ୍ଠାନର ସଭାପତି ପ୍ରମୋଦ ମହାନ୍ତି ସଭାପତିତ୍ୱ କରିଥିଲେ ।  ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ  ଓ ସମ୍ମାନୀତ ଅତିଥି ଭାବେ ଗାୟକ ଭୁଷଣ ଗୋପବନ୍ଧୁ ନାଥ , ସମାଜ ସେବୀ ଅଜୟ କୁମାର ରାଉତ, କବି ବିଜନ ରାୟ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ଯୁବ ନେତା ଅଂଜନ କୁମାର ଦେବତା, ସରପଂଚ ପ୍ରତିନିଧି ରମାକାନ୍ତ ବେହେରା,ବ୍ଲକ୍ କୃଷି ଅଧିକାରୀ ବଶିଷ୍ଟ ଜେନା ପ୍ରମୁଖ ଯୋଗ ଦେଇ ଉପସ୍ଥିତ କୃଷକ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବୈଜ୍ଞାନିକ କୌଶଳ ଓ ଜୈବିକ ଖତ ସାର ପ୍ରଯୋଗ କରି ଉନ୍ନତ ମାନର ଚାଷ କରି କୃଷିରେ ଆତ୍ମ ନିର୍ଭରଶୀଳ ହେବା ପାଇଁ ଯୁବ ପିଢ଼ୀଙ୍କୁ ଅତିଥିମାନେ ଉତ୍ସାହିତ କରି ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ । ଉତ୍ସବରେ ଅଂଚଳର ଅଗ୍ରଣୀ ଚାଷି ନୃସିଂହ ଚରଣ ମୁଦୁଲୀ, ସୁଶାନ୍ତ ନାୟକ, ସୁବାସ ଜେନା, ସୁନାକର ସାହୁ, ପଦନ ନାୟକ, ଦୀପକ ବିଶ୍ୱାଳ, ଲକ୍ଷ୍ମଣ ପରିଡ଼ା ପ୍ରମୁଖ ଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଳା । ଜଅଁରା ବାରିମୂଳ ର ଅଗ୍ରଣୀ ଚାଷୀ ପଦନ ନାୟକ ଜୈବିକ ପଦ୍ଧତିରେ ନିଜ ବଗିଚାରେ ସେଓ , ବରକୋଳି, ଅଙ୍ଗୁର ଓ ପିଜୁଳି ଚାଷ କରି ଲାଭବାନ ହେଉଥିବାବେଳେ ସାଙ୍ଗରେ ଉତ୍ସବ ସ୍ଥଳକୁ ୩ କେଜି ର ୬ ଟି ପିଜୁଳି ସାଙ୍ଗରେ ଆଣି ପ୍ରଦର୍ଶନ କରିଥିବା ସମସ୍ତ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେହିପରି ଅଂଚଳର ୪୦ ଜଣ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ଅର୍ଥ ଓ ବସ୍ତ୍ର ପ୍ରଦାନ କରାଯାଇଥିଳା । ମୌସୁମୀ ଆସିବା ବିଳମ୍ବ ହେଉଥିବାରୁ ଚାଷୀ ଚାତକ ପରି ଚାହିଁ ରହିଛି । ସଅଳ ବର୍ଷାର ଆଗମନ ପାଇଁ ଉତ୍ସବ ସ୍ଥଳରେ ବେଙ୍ଗ ବେଙ୍ଗୁଲି ବାହାଘର କରାଯାଇଥିଲା । ଏହି ବାହାଘରରେ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ମହାରାଜ ବର ପିତା ହୋଇଥିବାବେଳେ କବି ଶ୍ରୀ ରାୟ କନ୍ୟାପିତା ହୋଇଥିଲେ । ପରିଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ଡ଼ ଅମିୟ ରଂଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ଓ ତପନ ବାବା , ତ୍ରିଳୋଚନ ବିଶ୍ୱାଳ, ଅଲେଖ ପାଢ଼ୀ  ଙ୍କ ସମେତ କ୍ଲବ ସଦସ୍ୟମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । କୃଷକ କ୍ଲବ ପାଇଁ ଏକ ପକା ଗୃହ ଓ ମହାପୁରୁଷ  ପିଠର ଢ଼ଳେଇ କରିବା ପାଇଁ ଅଧ୍ୟକ୍ଷ ଶ୍ରୀ ମହାରାଜ ପ୍ରତିଶୃତି ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଜୁନାଗଡ଼ ପେକ୍ସ ସଭାପତି ଦାୟିତ୍ୱ ନେଲେ ସୁଧାଂଶୁ ବରାଡ଼

ଜୁନାଗଡ଼ ୦ ୪ / ୦୭ /୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପେକ୍ସର ସଭାପତି …

Leave a Reply

Your email address will not be published. Required fields are marked *