ଭୁବନେଶ୍ୱର , ୦୯/୦୬/୨୦୨୨( ଓଡ଼ିଶା ସମାଚାର )- ଗତକାଲି କେନ୍ଦ୍ର ସରକାର ଧାନ ସମେତ ୧୭ଟି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ଘୋଷିତ ଏକ ପ୍ରେସ୍ ବିବୃତିିରେ ପ୍ରକାଶ କରାଯାଇଛି ଯେ, ସାର ସମେତ ଅନ୍ୟାନ୍ୟ ଚାଷ ଉପକରଣର ମୂଲ୍ୟବୃଦ୍ଧି ଘଟିଥିବା ଯୋଗୁଁ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି । ଫଳରେ ଏ-ଗ୍ରେଡ୍ ଧାନ ୨୦୬୦ ଟଙ୍କାରେ ବିକ୍ରି ହେଲା ବେଳେ ସାଧାରଣ ଧାନ କ୍ୱିଂଟାଲ୍ ପିଛା ୨୦୪୦ ଟଙ୍କାକୁ ବୃଦ୍ଧି ପାଇଛି । ଏହାଫଳରେ ଚାଷୀମାନେ ନିଜର ଇନପୁଟ୍ କଷ୍ଟ ବୃଦ୍ଧିର ମୁକାବିଲା କରିପାରିବ ବୋଲି ଏହି ଘୋଷଣାନାମାରେ ପ୍ରକାଶ କରାଯାଇଛି । ଏଠାରେ ଉଲ୍ଲେଖଥାଉକି, ୨୦୧୭ ମସିହାରେ କେନ୍ଦ୍ର ସରକାର ୧୫୫୦ ଟଙ୍କା ଥିବା ଧାନ କ୍ୱିଂଟାଲକୁ ମାତ୍ର ୪୯୦ ଟଙ୍କା ବୃଦ୍ଧି କରି ଆଜି ୨୦୨୨-୨୩ ମସିହାରେ ୨୦୪୦ଟଙ୍କାକ କରିଛନ୍ତି । ଏହା ଶତକଡ଼ା ୩୨ ଭାଗ ବୃଦ୍ଧି ମାତ୍ର । କିନ୍ତୁ ନିଜେ ପ୍ରଧାନମନ୍ତ୍ରୀ ୨୦୧୭ ମସିହାରେ ଘୋଷଣା କରିଥିଲେ ଯେ ଆଗାମୀ ୫ ବର୍ଷ ଭିତରେ ଚାଷୀମାନଙ୍କର ଆୟ ୨ ଗୁଣ ବୃଦ୍ଧି କରାଯିବ । ସ୍ୱାମୀନାଥନ୍ କମିଶନ ରିପୋର୍ଟ ଲାଗୁ କରିବା ପାଇଁ ସରକାର କ୍ଷମତାକୁ ଆସିବା ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା ମଧ୍ୟ ପାାଳନ କଲେନାହିଁ । ସାର, ବିହନ ଓ କୀଟନାଶକ ଅତ୍ୟଧିକ ବୃଦ୍ଧି ଯୋଗୁଁ ଏବଂ କୃଷି ଶ୍ରମିକମାନଙ୍କର ମଜୁରୀ ବୃଦ୍ଧି ଯୋଗୁଁ ରାଜ୍ୟରେ ଧାନ ଉପôାଦନ ବହୁତ ବୃଦ୍ଧି ପାଇଛି । ୨୦୧୭ ମସିହାର ଏକ ହିସାବ ଅନୁଯାୟୀ ଓଡ଼ିଶାରେ ୧ କ୍ୱିଂଟାଲ୍ ଧାନ ଉପôାଦନ ପାଇଁ ୨୩୪୪ ଟଙ୍କା ଖର୍ଚ୍ଚ ହେଉଛି ବୋଲି ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବରେ କୁହାଯାଇଥିଲା । ତେଣୁ ୨୯୩୦ ଧାନ କ୍ୱିଂଟାଲ୍ ପିଛା ଦେବାପାଇଁ ଓଡ଼ିଶା ସରକାର କେନ୍ଦ୍ର ପାଖରେ ଦାବି ଉପସ୍ଥାପିତ କରିଥିଲେ । ଏହା ମଧ୍ୟରେ ଯେଉଁ ପଟାଶ ସାର ୫୦ କେଜିଆ ବସ୍ତା ପିଛା ୧୦୫୦ ଟଙ୍କା ଥିଲା ତାହା ବୃଦ୍ଧି ପାଇ ୧୭୦୦ ଟଙ୍କ ଓ ଏନ୍.ପି.କେ. ସାର ୧୦୫୦ରୁ ବସ୍ତାପିଛା ୧୯୫୦ ଟଙ୍କା ଓ ଗ୍ରୋମର ୧୩୭୦ ଟଙ୍କାରୁ ୧୯୦୦ ଟଙ୍କାରେ ଆସି ପହଂଚିଛି । ସେହିଭଳି ଡି.ଏ.ପି. ଉଧ୍ୟ ବସ୍ତା ପିଛା ୧୫୦ ଟଙ୍କା ବଢ଼ିଛି । ଧାନ, ବିହନ କ୍ୱିଂଟାଲ୍ ୩୫୦୭ ଟଙ୍କା ଧାର୍ଯ୍ୟ କରାଯାଇଛି । ବିହନ କିଣି ସାରିଲା ପରେ ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଂଟକୁ ସବସିଡ୍ ଟଙ୍କା ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିବା ଯୋଗୁଁ ବିହନ କିଣିବାକୁ ଚାଷୀମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି । ତେଣୁ ଏହିଭଳି ଏକ ଅବସ୍ଥାରେ ଥିବା ଚାଷୀକୂଳଙ୍କ ପାଇଁ ଧାନ କ୍ୱିଂଟାଲ୍ ପିଛା ୧୦୦ ଟଙ୍କା ବୃଦ୍ଧି ଧର୍ମକୁ ଆଖିଠାର ବୋଲି ସମାଜାବାଦୀ ପାର୍ଟି ରବି ବେହେରା ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି । ଓଡ଼ିଶା ସରକାର ଅନ୍ୟାନ୍ୟ ଧାନ ଉତ୍ପାଦନକାରୀ ରାଜ୍ୟ ଯଥା- ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡୁ, ପଶ୍ଚିମବଙ୍ଗଳା, ବିହାର ଓ ଉତରପ୍ରଦେଶ ସହିତ ସମନ୍ୱୟ ରକ୍ଷା କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ର ଉପରେ ଚାପ ପକାଇବାକୁ ଶ୍ରୀ ବେହେରା ବିଜେଡ଼ି ଦଳ ତଥା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ରର ପ୍ରତିନିଧି ଭାବରେ ଓଡ଼ିଶାରେ ଅବସ୍ଥାପିତ ରାଜ୍ୟପାଳ ଏବେ ଅନୁପସ୍ଥିତ ଅଛନ୍ତି । ରାଜ୍ୟପାଳ ଫେରିଲା ପରେ ଧାନ ଏମ୍.ଏସ୍.ପି.କୁ ନେଇ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର