ଗରଦପୁର,୦୯/୦୬/୨୦୨୨( ଓଡ଼ିଶା ସମାଚାର )- ପାଟକୁରା ଥାନା ଅନ୍ତର୍ଗତ ତଳକୁସୁମା ପଂଚାୟତ ର ସିଖଳ ଗ୍ରାମର ଉମେଶ ଚନ୍ଦ୍ର ମହାନ୍ତି ଙ୍କର ଏଟିଏମ କାର୍ଟ ଚୋରୀ ହେବା ସହିତ ବ୍ୟାଙ୍କ ଆକାଉଂଟ ରୁ ୧୯ ହଜାର ଟଙ୍କା ମଧ୍ୟ ଲୁଟ ହୋଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଉମେଶ ଙ୍କର ପଳସୁଧା ଷ୍ଟେଟବ୍ୟାଙ୍କ ରେ ଏକ ସେଭିଙ୍ଗସ ବ୍ୟାଙ୍କ ଆକାଉଂଟ ଅଛି । ଏହି ଆକାଉଂଟ ର ଏକ ଏଟିଏମ କାର୍ଡ଼ ତାଙ୍କୁ ମିଳିଥିଲା । ସେଥିରେ ସେ ଆର୍ଥିକ ଦେଣ ନେଣ କରୁଥିଲେ । ଦୁଇ ଦିନ ହେବ ତାଙ୍କ ବାପାଙ୍କ ଦେହାନ୍ତ ହେବାରୁ ଶବ ସତକାର ସାରି ପରିବାର ଓ ସମ୍ପର୍କିୟଙ୍କ ସହ ଘରେ ଥିଲେ । ଗତକାଲି ବିଳମ୍ବିତ ରାତିରେ ନିଜ ମନି ପର୍ସରେ ରଖିଥିବା ଏଟିଏମ କାର୍ଡ଼ ଚୋରୀ ହୋଇ ଯାଇଥିଲା । ଏଟିଏମ କାର୍ଡ଼ ର ଖୋଳରେ ତାଙ୍କର ପିନ୍ ନମ୍ବର ଲେଖାଥିଲା । ଏହାକୁ ବ୍ୟବହାର କରି ଆଜି ସକାଳୁ ୨ ଥର ରେ ୧୯ ହଜାର ଟଙ୍କା ଦୁର୍ବୃତ ଉଠାଇ ନେଇଥିଲା । ଏତଦ ବ୍ୟତିତ ମନି ପର୍ସରେ ଥିବା ନଗଦ ୯,୮୭୦ ଟଙ୍କା ମଧ୍ୟ ଚୋରୀ ହୋଇଛି । ଏହା ଜଣାପଡ଼ିବା ପରେ ଉମେଶ ପାଟକୁରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର