ଖୋର୍ଦ୍ଧା,୦୮/୦୬/୨୦୨୨( ଓଡ଼ିଶା ସମାଚାର )- ଖୋର୍ଦ୍ଧା ଜିଲା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବେଗୁନିଆ ଚକାପଦା ଛକରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକରେ ଯାଉଥିବା ବାପପୁଅଙ୍କୁ ଏକ କାର ଧକ୍କା ଦେବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ବାପପୁଅ ଉଭୟ ବୋଲଗଡରୁ ଖୋର୍ଦ୍ଧା ଆସୁଥିବା ବେଳେ କାର ସହ ମୁହାଁମୁହିଁ ଧକ୍କା ହୋଇଥିବା ନେଇ ଖବର ମିଳିଛି। ମୃତକ ବାପା ବୋଲଗଡର ମଧୁସୂଦନ ଦାସ ଓ ପୁଅ କ୍ଷୀରୋଦ ଦାସ ବୋଲି ଜଣାପଡିଛି ।
ମଧୁସୂଦନ ଓ ତାଙ୍କ ପୁଅ ବୋଲଗଡରୁ କୌଣସି କାର୍ୟ୍ୟରେ ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ । ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଚକାପଦାଠାରେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ୍ରେ ଥିବା ବାପା-ପୁଅଙ୍କ ମୃତ୍ୟୁ ହୋଇଛି । କାର୍ ଚାଳକଙ୍କୁ ଅଟକ ରଖି ବେଗୁନିଆ ପୋଲିସ ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର