ଭୁବନେଶ୍ୱର,୦୮/୦୬/୨୦୨୨( ଓଡ଼ିଶା ସମାଚାର )- ଆସନ୍ତା ୧୩ ତାରିଖରେ ହେବ ଓଡ଼ିଶା ବିଧାନ ସଭାର ବାଚସ୍ପତି ନିର୍ବାଚନ । ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବାଚସ୍ପତି ନିର୍ବାଚନ ନେଇ ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ଦାଖଲ କରାଯିବ । ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ ନାମାଙ୍କନ ଦାଖଲ କରିବା ନେଇ ଚର୍ଚ୍ଚା ହେଉଛି । ବିକ୍ରମ ଆରୁଖ ବାଚଷ୍ପତି ହେବା ଏକ ପଅକାର ବିଜେଡ଼ି ପକ୍ଷରୁ ସ୍ଥିର କରାଯାଇଥିବା ଜଣାପଡ଼ିଛି । ବିରୋଧି ମାନଙ୍କ ପକ୍ଷରୁ କେହି ପ୍ରାର୍ଥି ହେବାର ସମ୍ଭାବନାନାହିଁ । ଔପଚାରିକ ଭାବେ ଶୁକ୍ରବାର ଦିନ ବିଦ୍ଧି ମୁତାବକ ପ୍ରାର୍ଥିପତ୍ର ଦାଖଲ କରାଯିବ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର