Friday , September 29 2023
Breaking News
Home / ବିଶେଷ / କେନ୍ଦ୍ରାପଡା ଜିଲ୍ଲା ଆଇନଜୀବୀ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଜିଲ୍ଲାର ଦୁଇ ମନ୍ତ୍ରୀଙ୍କୁ ସ୍ୱାଗତ

କେନ୍ଦ୍ରାପଡା ଜିଲ୍ଲା ଆଇନଜୀବୀ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଜିଲ୍ଲାର ଦୁଇ ମନ୍ତ୍ରୀଙ୍କୁ ସ୍ୱାଗତ

କେନ୍ଦ୍ରାପଡ଼ା, ୦୮/୦୬/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ଜିଲ୍ଲା ଆଇନଜୀବୀ ଓ ବୁଦ୍ଧିଜୀବୀ ମାନେ ନୂତନ ଭାବେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା କେନ୍ଦ୍ରାପଡାର ଦୁଇ ବିଧାୟକଙ୍କୁ ସ୍ୱାଗତ କରିଛନ୍ତି । ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ଏବଂ ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ଶିଳ୍ପ ଓ ଶକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ପଦ ପ୍ରଦାନ କରାଯାଇଛିି । ନୂତନ ଭାବେ କେନ୍ଦ୍ରାପଡା ଜିଲ୍ଲାର ଦୁଇ ଜଣ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ ନେଇଥିବାରୁ ଉଭୟ ମନ୍ତ୍ରୀଙ୍କୁ କେନ୍ଦ୍ରାପଡା ଜିଲ୍ଲା ଆଇନଜୀବୀ ଓ ବୁଦ୍ଧିଜୀବୀମାନେ ଶୁଭେଚ୍ଛା ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଜିଲ୍ଲାବାସୀଙ୍କ ପକ୍ଷରୁ ସ୍ୱାଗତ କରାଯିବା ସହ କୃତଜ୍ଞତା ଜ୍ଞାପନ କରାଯାଇଛି । ବିଜେଡି ଆଇନଜୀବୀ ସାମ୍ମୁଖ୍ୟର କାର୍ଯ୍ୟକାରୀଣୀ ସଦସ୍ୟ ସଞ୍ଜୟ କୁମାର ଜେନାଙ୍କ ନେତୃତ୍ୱରେ ୭ନମ୍ବର ଜିଲ୍ଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି, ଆଇନଜୀବୀ ଗଗନ ବିହାରୀ ଜେନା, ରଞ୍ଜନ କୁମାର ପଣ୍ଡା, ମାନସ ମହାନ୍ତି, ନିରଞ୍ଜନ ବଳ, ହେମନ୍ତ କୁମାର ସାହୁ, ଆଶୁତୋଷ ମହାନ୍ତି, ହାଡିବନ୍ଧୁ ସିଂ, ଅରୁଣ ପ୍ରସାଦ ଦାସ, ଇତିହାସ ଲେଙ୍କା, ରମାକାନ୍ତ ସ୍ୱାଇଁ, ଶେଷଦେବ ଦାସ, ସୁରେଶ ନାୟକ, ଶିଶିର ମଲିକ, ମାନସ ଧଳ, ବୁଦ୍ଧିଜୀବୀ କୁରୁଣାକର ଦାସ, ନିରଞ୍ଜନ ମେକାପ, ଧିରେନ୍ଦ୍ର ଦାସ, ସୟଦ ଆକମଲ ଅଲ୍ଲୀ, ଟୁବୁ ରାଉତରାୟ, ସତ୍ୟବ୍ରତ ସିଂ, ଉମାକାନ୍ତ ସିଂ, ଅକ୍ଷୟପ୍ରିୟ ଦାସ, ସେକ ମତୁ, ସେଖ ସାମ, ସେଖ ଇସୁଫ ପ୍ରମୁଖ ଉଭୟ ମନ୍ତ୍ରୀ ଶ୍ରୀ ଦେବ ଓ ଶ୍ରୀ ନାୟକ କେନ୍ଦ୍ରାପଡା ଗସ୍ତରେ ଆସିଥିବା ବେଳେ ଉଭୟଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *