ଭୁବନେଶ୍ୱର,୦୭/୦୬/୨୦୨୨( ଓଡ଼ିଶା ସମାଚାର )- ରାଜ୍ୟରେ ଥିବା ୮୭ ଜେଲ୍ ରେ ଏବେ ଡାକ୍ତର ସମସ୍ୟା ଦେଖାଦେଇଛି। ବାରମ୍ବାର ଜେଲ୍ ବିଭାଗ ବିଜ୍ଞାପନ ଦେଲେମଧ୍ୟ କୌଣସି ଡାକ୍ତର ଯୋଗ ଦେବା ପାଇଁ ରାଜି ହେଉନାହାନ୍ତି। ତେଣୁଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟର ସମସ୍ତ ଜେଲ୍ ରେ ଟେଲି ମେଡ଼ିସିନ୍ ବ୍ୟବସ୍ଥା ଲାଗୁକରିବା ପାଇଁ ଜେଲ୍ ନିର୍ଦ୍ଦେଶାଳୟ ସ୍ୱାସ୍ଥ୍ୟଏବଂ ପରିବାର କଲ୍ୟାଣକୁ ଚିଠି ଲେଖି ଏହି ପ୍ରସ୍ତାବ ଦେଇଛି। ସରକାରଙ୍କଇ-ସଞ୍ଜିବନୀ ବ୍ୟବସ୍ଥାରେ ଥିବା ଟେଲି ମେଡ଼ିସିନ୍ ବ୍ୟବସ୍ଥା ସମସ୍ତ ଜେଲ୍ ରେ ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଖୁବ୍ ଶୀଘ୍ର ସୀକୃତି ଦେବ ବୋଲି ଜଣାପଡ଼ିଛି। ସମସ୍ତ ଜେଲ୍ ରେଭିଡ଼ିଓ କନ୍ ଫରେନ୍ସ ସୁବିଧା ଥିବାରୁଏହା ଲାଗୁକରିବା ସହଜ ହେବ। କାରଣ ଜେଲ୍ ରେ କୌଣସି କଏଦୀ ରୋଗରେ ପିଡୀତ ହେଲେ ସେମାନେ ଏମସ୍ କିମ୍ବା ଅନ୍ୟ ବଡ଼ ମେଡ଼ିକାଲର ଡାକ୍ତର ସହ ଭିସି ମାଧ୍ୟମରେ ନିଜ ରୋଗ ସମ୍ପର୍କରେ କହି ପାରିବେ। ଏହା ସହ ଡାକ୍ତର ଭିସି ମାଧ୍ୟମରେ ରୋଗୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ପରେ ଏହାର ମେଡ଼ିସିନ୍ ମଧ୍ୟ କହିବେ। ଆଉ କେଉଁ ସମୟରେ କେତୋଟି ଔଷଧ ଖାଇବାକୁ ପଡ଼ିବ ତାହା ମଧ୍ୟ ବତାଇବେ। ଓଡ଼ିଶା ସମାଚାର