Friday , March 31 2023
Home / ସ୍ୱାସ୍ଥ୍ୟ / ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧୀନ,  ତଥାପି ସତର୍କ ରହିବା ପାଇଁ ନିର୍ଦ୍ଦେଶ

ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧୀନ,  ତଥାପି ସତର୍କ ରହିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,୦୭/୦୬/୨୦୨୨( ଓଡ଼ିଶା ସମାଚାର )- ମଙ୍ଗଳବାର ସକାଳ ସୁଦ୍ଧାରାଜ୍ୟରେ୧୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେଦୈନିକ ସଂକ୍ରମିତଙ୍କ ସଂଖ୍ୟା୨୦ରୁ କମ୍ ରହୁଛି। ରାଜ୍ୟରେ ଏବେ ୮୫ କୋଭିଡ୍ ସଂକ୍ରମିତ ଅଛନ୍ତି। ରାଜ୍ୟର ୧୪ ଜିଲ୍ଲା କରୋନା ଶୂନ୍ୟ ରହିଛି। ଖୋର୍ଦ୍ଧାରେ ସର୍ବାଧିକ ୩୦ ଏବଂ କଟକରେ୧୩ ଜଣ ସକ୍ରିୟ ମାମଲା ରହିଛି। ଏପ୍ରିଲ୭ ତାରିଖ ପରଠାରୁ ରାଜ୍ୟରେ ୫ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି। ତଥାପି କୋଭିଡ୍ ପାଇଁ ଅତ୍ୟନ୍ତ ସତର୍କତା ଅବଲମ୍ବନ ଉପରେ ବିଭାଗ ଗୁରୁତ୍ୱ ଦେଉଛି। ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରଫେସର ନିରଞ୍ଜନ ମିଶ୍ର କହିଛନ୍ତି, ଓଡ଼ିଶାରେ କୋଭିଡ୍ ସ୍ଥିତି ବହୁତ ଭଲ ରହିଛି ଏବଂ ଏହାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାର୍ହି। ତଥାପି ଆମେ ନିୟମିତ ବ୍ୟବଧାନରେ ମେଡିକାଲ ଅଫିସର, ନର୍ସିଂଓ ପାରାମେଡିକାଲ କର୍ମଚାରୀଙ୍କୁ ନେଇ ସଚେତନ କରୁଛୁ। ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ପ୍ରଫେସର ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ଥିଲେସୁଦ୍ଧା ଆମେ ଟେଷ୍ଟିଂ, ଟ୍ରାକିଂ ଓ ସର୍ଭିଲାନ୍ସ ଜାରି ରଖିଛୁ। ଓଡ଼ିଶା ସମାଚାର

Leave a Reply

Your email address will not be published.