ଭୁବନେଶ୍ୱର,୦୭/୦୬/୨୦୨୨( ଓଡ଼ିଶା ସମାଚାର )- ସୀମାନ୍ତ ଜିଲ୍ଲା ଆନ୍ଧ୍ର ପ୍ରଦେଶର କୋରୁକୁଣ୍ଡା ପଞ୍ଚାୟତ ସମିତିରେ ଗୋଟିଏ ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପନା ନେଇ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ହାଇକୋର୍ଟ ଙ୍କସହ ବିଚାର ବିମର୍ଶ ପରେ ଏହି ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପନା ନେଇ ସୋମବାର ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଗ୍ରାମ୍ୟ ନ୍ୟାୟାଳୟରେ ସ୍ଥାନୀୟ ଅଞ୍ଚଳର ଉଭୟ ସିଭିଲ୍ ଏବଂ ଫୌଜଦାରୀ ମାମଲା ବିଚାର କରାଯିବ। ଓଡ଼ିଶା ସମାଚାର