କେନ୍ଦ୍ରାପଡ଼ା, ୦୭/୦୬/୨୦୨୨( ଓଡ଼ିଶା ସମାଚାର )- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ମ ପାଳିର ସଂପ୍ରସାରିତ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଆଳି ବିଧାୟକ ପ୍ରତାପ କେଶରୀ ଦେବ ଓ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକଙ୍କୁ କେନ୍ଦ୍ରାପଡାର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମନ୍ତ୍ରୀଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ପହଂଚି ପୁଷ୍ପଗୁଛ ପ୍ରଦାନ ସହ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ଶୁଭେଛା ଜଣାଇଛନ୍ତି । ଏଥିସହିତ କେନ୍ଦ୍ରାପଡା ଜିଲ୍ଲାର ଦୁଇ ବିଧାୟକଙ୍କୁ ତାଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବରେ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ମଧ୍ୟ ଶ୍ରୀ ପରିଡା କୃତଜ୍ଞତା ଜଣାଇଛନ୍ତି । ଏହା ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ଦୃତ ବିକାଶ ସମ୍ଭବ ହୋଇ ପାରିବ ବୋଲି ଶ୍ରୀ ପରିଡା କହିଛନ୍ତି । ଓଡ଼ିଶା ସମାଚାର