Tuesday , September 27 2022
Breaking News
Home / ବିଶେଷ / ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍ ନନ୍ଦ କୁମାର ମହାପାତ୍ର ପାଇବେ ଚଳିତବର୍ଷର ଗାନ୍ଧୀ ଗୌରବ ସମ୍ମାନ

ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍ ନନ୍ଦ କୁମାର ମହାପାତ୍ର ପାଇବେ ଚଳିତବର୍ଷର ଗାନ୍ଧୀ ଗୌରବ ସମ୍ମାନ

ଭୁବନେଶ୍ୱର,୦୭/୦୬/୨୦୨୨( ଓଡ଼ିଶା ସମାଚାର )- ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ସ୍ମୃତିରେ ଦ୍ୱିତୀୟ ‘ଗାନ୍ଧୀ ଗୌରବ ସମ୍ମାନ’ ଚଳିତବର୍ଷ ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ତଥା ସମବାୟ କ୍ଷେତ୍ରରେ ଦୀର୍ଘ ୬୦ ବର୍ଷ ଧରି କାର୍ୟ୍ୟ କରିଥିବା ଶରତ ଚନ୍ଦ୍ର ବିଦ୍ୟାପୀଠର ପୂର୍ବତନ ପ୍ରଧାନ ଶିକ୍ଷକ ଏବଂ ବାରିପଦାରେ ଉତ୍କଳମଣି ବି.ଇଡି କଲେଜର ପ୍ରତିଷ୍ଠାତା ଶ୍ରୀ ନନ୍ଦ କୁମାର ମହାପାତ୍ରଙ୍କୁ ଚଳିତବର୍ଷର ଗାନ୍ଧୀ ଗୌରବ ସମ୍ମାନ ପ୍ରଦାନ କରାଯିବ ବୋଲି ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟର ସଭାପତି ଡଃ ଆର୍ୟ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।
ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଶ୍ରୀ ମହାପାତ୍ରଙ୍କ ନାମ ସୁପାରିଶ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଗାନ୍ଧୀ ଗୌରବ ସମ୍ମାନ ୨୦୧୯ ମସିହାରେ ଶ୍ରୀମଦ୍ ବାବା ବଳିଆଙ୍କୁ ପ୍ରଦାନ କରାଯାଇଥିଲା । ସଂଗ୍ରାମୀ ସ୍ୱର୍ଗତ ପ୍ରଧାନଙ୍କ ଦ୍ୱାରା ଗଠିତ ଏହି ଟ୍ରଷ୍ଟର ବାର୍ଷିକ ଉତ୍ସବ ତଥା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ୯୭ତମ ଜୟନ୍ତୀ ଉତ୍ସବ ଚଳିତ ମାସ ୨୮ ତାରିଖ ଦିନ ଭୁବନେଶ୍ୱର ବୁଦ୍ଧମନ୍ଦିରଠାରେ ଅନୁଷ୍ଠିତ ହେବ । ଏହି ଅବସରରେ କୋଳଥିଆସ୍ଥିତ ସ୍ମୃତିବନଠାରେ ସ୍ମୃତି ବୃକ୍ଷରେ ବନ୍ଦାପନା ହେବ ଓ ନହରକନ୍ଟାସ୍ଥିତ ଶିଶୁ ଆଶ୍ରମର ଅନ୍ତେବାସୀମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯିବ ବୋଲି ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ରଙ୍କ ସୂତ୍ରରୁ ପ୍ରକାଶ । ଆଜିର ବୈଠକରେ ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ଡଃ ବଦ୍ରୀନାଥ ପଟ୍ଟନାୟକ, ସୀତାବଲ୍ଲଭ ମହାପାତ୍ର, ଶ୍ରୀମତୀ ଦେବଜାନୀ ରାୟ, ବରୁଣ ରାଜ ଓ ପୁଷ୍ପରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.