Saturday , March 25 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ବିଜୁ ଗ୍ରାମୀଣ ସପ୍ତାହିକ ବଜାର ଉଦଘାଟିତ

ବିଜୁ ଗ୍ରାମୀଣ ସପ୍ତାହିକ ବଜାର ଉଦଘାଟିତ

ଜୁନାଗଡ଼, ୦୭/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦେଦର ପଞ୍ଚାୟତର ବଣ୍ଡୋଗୁଡା ଗ୍ରାମରେ ବିଜୁ ଗ୍ରାମୀଣ ସପ୍ତାହିକ ବଜାର ଉଦଘାଟିତ ହୋଇଯାଇଛି।ଏହି କାର୍ୟ୍ୟକ୍ରମରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ସରପଞ୍ଚ ଶୋଭାଗିନୀ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ଜିଲ୍ଲା ପରିଷଦ ସଭ୍ୟ ଲାଲ ବାହାଦୁର ଯାନୀ, ପିଇଓ ମହାଦେବ ସୁନାନୀ, ଜିଆରସ ଦିବ୍ୟ ବେହେରା, ସମାଜସେବୀ ଶରତ ସାହୁ, ପ୍ରମୁଖ ମଞ୍ଚାସିନ ଥିଲେ।ଏହି ବଜାର ଦ୍ୱାରା ଦେଦର, ଗୋଳାମୁଣ୍ଡା, ସୋରିସମାଲ, ବାଞ୍ଜିବାହଲ,କାଶୀପଦର, ଓଳବାହାଳି,ସର୍ଗିଛୁଆଁ, ଲାବନସୁର ଆଦି ଆଦିବାସୀ ଅଞ୍ଚଳର ଲୋକେ ଉପକୃତ ହୋଇପାରିବେ।ଏହି ସପ୍ତାହିକ ସୋମବାର ବଜାର ଯୋଗୁଁ ଅଞ୍ଚଳରେ ଖୁସିର ବାତାବରଣ ସୃଷ୍ଟି ହୋଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.