କେନ୍ଦ୍ରାପଡ଼ା, ୦୭/୦୬/୨୦୨୨( ଓଡ଼ିଶା ସମାଚାର )- ନୂତନ ମନ୍ତ୍ରୀମଣ୍ଡଳ ଗଠନ ହେବା ପରେ ମନ୍ତ୍ରୀମାନେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଥିଲେ । ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ୨ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ କେଶରୀ ଦେବ ସୋମବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରକୁ ଯାଇ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଅପରାହ୍ଣରେ ଇଛାପୁର ଉଚ୍ଚ ବିଦ୍ୟାଳୟରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ବଳଦେବଜୀଉଙ୍କ ଦର୍ଶନ ପାଇଁ ମନ୍ଦିରକୁ ଯାଇଥିଲେ । ବାଟରେ ଉଭୟ ମନ୍ତ୍ରୀଙ୍କୁ ବିଜେଡି ନେତା ଓ କର୍ମୀମାନେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ମନ୍ତ୍ରୀଦ୍ୱୟ ମନ୍ଦିରରେ ପ୍ରବେଶ କରିବା ପରେ ସେବାୟତମାନେ ସେମାନଙ୍କୁ ଶ୍ରୀଜୀଉଙ୍କ ଜଗମୋହନକୁ ନେଇ ପ୍ରଭୁଙ୍କ ଦର୍ଶନ କରାଇଥିଲେ । ମନ୍ତ୍ରୀଦ୍ୱୟ ମନ୍ଦିରର ବିକାଶ ସମ୍ପର୍କରେ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ । ମନ୍ତ୍ରୀଦ୍ୱୟଙ୍କ ସହ ଠାକୁରଙ୍କ ଦର୍ଶନ ପାଇଁ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ପ୍ରମୁଖ ମନ୍ଦିରକୁ ଯାଇଥିଲେ । ଏଥିସହିତ ସେମାନଙ୍କ ସହ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ, ନଗରପାଳ ସରିତା ସାହୁ, ଧୀରେନ ସାହୁ, ରୋସ୍ନା ସାହୁ, ବ୍ଲକ ଅଧ୍ୟକ୍ଷ ରଶ୍ମିତା ସେଠୀ, ଜିଲ୍ଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି, ସଭ୍ୟ ରଶ୍ମିରଞ୍ଜନ ରାଉତ, କାଉନସିଲର କାଳୀ ପ୍ରସାଦ ମିଶ୍ର, ଉମେଶ ନାୟକ, ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଦୁର୍ଗାଶିଷ ମହାନ୍ତି, ହିରଣ୍ୟ ପଣ୍ଡା, ସବିତା ସାହୁ, ପ୍ରକାଶ ପରିଡ଼ା, ସେକ ମତୁ, ସେକ ଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର