କେନ୍ଦ୍ରାପଡ଼ା, ୦୭/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ତ୍ରିଲୋଚନପୁର ଗ୍ରାମସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ଅକ୍ଷୟ ବଟ ମହାପୁରୁଷଙ୍କ ପୀଠସ୍ଥଳିରେ କେନ୍ଦ୍ରାପଡା ମାଟିର ଜଣେ ପ୍ରତିଷ୍ଠିତ ମହାଜ୍ଞାନୀ ଅବଧୂତ ବ୍ରହ୍ମଲୀନ ସନ୍ଥ ରଘୁବାବାଙ୍କର ପ୍ରତିମୂର୍ତୀ ପ୍ରତିଷ୍ଠା କରାଯାଇଛି । ଗୋପବନ୍ଧୁ ରାଉତଙ୍କ ପ୍ରଚେଷ୍ଠାରେ ଗ୍ରାମ ଏବଂ ଅଂଚଳର ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସହଯୋଗରେ ଶିଳ୍ପୀ ଶ୍ରୀଧର ରାଉତଙ୍କ ଦ୍ୱାରା ଏହି ପ୍ରତିମୂର୍ତି ନିର୍ମିତ ହୋଇଛି । ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଏହି ପ୍ରତିମୂର୍ତି ଉନ୍ମୋଚିତ ହୋଇଥିଲା । ଏହି ପ୍ରତିମୂର୍ତିପ୍ରତିଷ୍ଠା କାର୍ଯ୍ୟକ୍ରମରେ ଆନନ୍ଦମାର୍ଗର ଅବଧୂତ ସନ୍ଥ ବିକିଶା ନନ୍ଦଙ୍କ ସମେତ ବ୍ରହ୍ମଚାରୀ ନୃସିଂହ ଦାସ ଏବଂ ଯଜ୍ଞାଚାର୍ଯ୍ୟ ପଣ୍ଡିତ ଗଗନ କୁମାର ଆଚାର୍ଯ୍ୟ ପୂଜାପାଠରେ ସହଯୋଗ କରିଥିଲେ । ପ୍ରତିଷ୍ଠା ଉତ୍ସବରେ ଗ୍ରାମବାସୀ ଓ ସେହି ଅଂଚଳର ଭକ୍ତ ବଳରାମ ରାଉତ, ବିଷ୍ଣୁ ସ୍ୱାଇଁ, ବିଷ୍ଣୁ ଯେନା, ପ୍ରକାଶ ପ୍ରଧାନ, ସାବିତ୍ରୀ ପରିଡା, ଅମ୍ବିକା ବେହେରା, ଚିତ୍ରସେନ ପାଳ, ଶତୃଘନ ବିଶ୍ୱାଳ, ବୈକୁଣ୍ଠ ପ୍ରଧାନ, ରମେଶ ପ୍ରଧାନ, ନିତ୍ୟାନନ୍ଦ ରାଉତ, ଅକ୍ଷୟ ରାଉତ, ନିରଞ୍ଜନ ପ୍ରଧାନ, କାର୍ତିକ ପ୍ରଧାନ, କୈଳାସ ପ୍ରଧାନ, ଗଗନ ସିଂ, ସଞ୍ଜୟ ବାରିକ, ଶ୍ୟାମସୁନ୍ଦର ପ୍ରଧାନ, ମୁଶି, ମହେନ୍ଦ୍ର ପ୍ରମୁଖ ଭକ୍ତମାନେ ଯୋଗଦେଇ ପ୍ରତିମୂର୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଓଡ଼ିଶା ସମାଚାର