ଭୁବନେଶ୍ୱର,୦୭/୦୬/୨୦୨୨( ଓଡ଼ିଶା ସମାଚାର )- ଶାସକ ବିଜେଡିର ପ୍ରାର୍ଥୀ ନିରଞ୍ଜନ ବିଶି ନିଦ୍ୱର୍ନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା। ବିରୋଧୀଦଳ ପକ୍ଷରୁ ଉପନର୍ବିାଚନ ପାଇଁ କୌଣସି ପ୍ରାର୍ଥୀ ଦିଆଯାଇନଥିବାରୁ ରିଟର୍ଣ୍ଣିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ର ନିରଞ୍ଜନଙ୍କୁ ବିଜୟୀ ଘୋଷଣା କରିଛନ୍ତି। ବିଜୟୀ ଘୋଷଣା ହେବା ପରେ ନିରଞ୍ଜନ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ପ୍ରମାଣପତ୍ର ସଂଗ୍ରହ କରିଥିଲେ। ନିକଟରେ ରାଜ୍ୟସଭା ର ୩ଟି ଆସନ ପାଇଁ ଶାସକ ଦଳ ପ୍ରାର୍ଥୀ ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ ଏବଂ ସସ୍ମିତ ପାତ୍ର ମଧ୍ୟ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି। ସୂଚନାଯୋଗ୍ୟ ଯେ ବିଜେଡି ସାଂସଦ ସୁବାସ ସିଂ ଗତ ଏପ୍ରିଲ ମାସ ୨୧ ତାରିଖରେ ସାଂସଦ ପଦରୁ ଇସ୍ତଫା ଦେଇଥିବା ବେଳେ ତାଙ୍କ ସ୍ଥାନରେ ନିରଞ୍ଜନ ବିଶିଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇଛି। ତାଙ୍କ କାର୍ୟ୍ୟକାଳ ଆସନ୍ତା୨୦୨୬ ମସିହା ଏପ୍ରିଲ ୨ ତାରିଖ ଯାଏଁ ରହିବ ବୋଲି ଜଣାପଡ଼ିଛି। ଓଡ଼ିଶା ସମାଚାର