Thursday , December 1 2022
Home / ଶିକ୍ଷା / ଖୋର୍ଦ୍ଧା ସ୍କୁଲ ଓ କଲେଜ ଶିକ୍ଷକ, କର୍ମଚାରୀ ମିଳିତ ସମନ୍ୱୟ ସମିତିର ବୈଠକ

ଖୋର୍ଦ୍ଧା ସ୍କୁଲ ଓ କଲେଜ ଶିକ୍ଷକ, କର୍ମଚାରୀ ମିଳିତ ସମନ୍ୱୟ ସମିତିର ବୈଠକ

୯ ରେ ରାଜଧାନୀରେ ବିକ୍ଷୋଭ ସମାବେଶ

ଖୋର୍ଦ୍ଧା, ୦୭/୦୬/୨୦୨୨( ଓଡ଼ିଶା ସମାଚାର )- ଖୋର୍ଦ୍ଧା ଜିଲ୍ଲା ସ୍କୁଲ ଓ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଏକ ଜରୁରୀ ବୈଠକ ଓଷ୍ଟା ଜିଲ୍ଲା କାର୍ଯ୍ୟାଳୟ ପଲ୍ଳାଠାରେ ଅନୁଷ୍ଠିତ ହୋଇ ସରକାରଙ୍କ ୭ମ ବେତନ ପ୍ରଦାନ ନିୟମକୁ ତୀବ୍ର ବିରୋଧ କରାଯାଇଅଛି ।୨୦୨୨ ମସିହା ଜାନୁୟାରୀ ୧୧ ତାରିଖରେ ଏ ନେଇ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଓ ୫ମାସ ପରେ ତଦନୁଯାୟୀ ଆର୍ଥିକ ପ୍ରଦାନ ନିମନ୍ତେ ପ୍ରକାଶିତ ବିଜ୍ଞପ୍ତି ତାର ସମ୍ପୂର୍ଣ୍ଣ ବ୍ୟତିକ୍ରମ । ଏଭଳି ଏକ ଅଦ୍ଭୁତ ନିୟମ ୭ମ ବେତନ ପ୍ରଦାନ ନିୟମରେ ନାହିଁ । ରାଜ୍ୟରେ ୭ମ ବେତନ ପାଉଥିôବା ସମସ୍ତ କର୍ମଚାରୀମାନଙ୍କ ପାଇଁ ଗୋଟିଏ ନିୟମ (ଓ.ଆର୍.ଏସ୍.ପି. ରୁଲ୍ -୨୦୧୭) କାର୍ଯ୍ୟକାରୀ ହୋଇଥିଲା ବେଳେ ଏଭଳି ଅଲଗା ନିୟମ ଆସିଲା କେଉଁଠୁ ବୋଲି କର୍ମକର୍ତାମାନେ ଅଭିଯୋଗ କରିଛନ୍ତି । ସରକାରଙ୍କ ସହିତ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ମିଳିତ ମଂଚ ବାରମ୍ବାର ଆଲୋଚନା କରିଥିଲେ ମଧ୍ୟ ସେଥିମଧ୍ୟରୁ ୬୨୫ସ୍କୁଲକୁ ବାଦ୍ ଦେବା ଓ ବେତନ ପ୍ରଦାନ ନିୟମକୁ ବଦଳାଇବା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଆସନ୍ତା ୯ ତାରିଖରେ ଭୁବନେଶ୍ୱରଠାରେ ବିକ୍ଷୋଭ ସମାବେଶରେ ହଜାର ହଜାର ସଂଖ୍ୟାରେ ଶିକ୍ଷକ କର୍ମଚାରୀମାନଙ୍କୁ ଯୋଗ ଦେବା ପାଇଁ ସଂଘ ତରଫରୁ ଆହ୍ୱାନ କରାଯାଇଛି । ଓଷ୍ଟା ସଭାପତି ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି ବୈଠକରେ ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର, କାର୍ଯ୍ୟକାରୀ ସଭାପତି ଯୋଗେଶ ଚନ୍ଦ୍ର ସାମନ୍ତସିଂହାର, ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନ, ଉପଦେଷ୍ଟା ଉପେନ୍ଦ୍ର ଦାସ, ଓଷ୍ଟାର ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ରଂଜନ କୁମାର ଦାସ, ସହ ସମ୍ପାଦକ ରମାକାନ୍ତ ମହାପାତ୍ର, ସମ୍ପାଦକ ମଧୁସୂଦନ ଦେବ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଶିଶିର କୁମାର ଦାସ, ପ୍ରଦୀପ କୁମାର ପ୍ରଧାନ, କଲେଜ ଶିକ୍ଷକ ସଂଘର ଗଦାଧର ଶତପଥି ଓ ପ୍ରଦୀପ କୁମାର ସାହୁ, ପ୍ରକାଶ କୁମାର ପଲେଇ, ସୁନୀଲ କୁମାର ପଣ୍ଡା,ସମେତ ଏକ ଶହରୁ ଉଦ୍ଧ୍ୱର୍ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଏହି ବୈଠକରେ ଯୋଗଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.