Saturday , March 25 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ଆଜାଦୀର ଅମୃତ ମହୋତ୍ସବରେ ବ୍ୟାଙ୍କଗୁଡିକର ଋଣ ସଂଯୋଗୀକରଣ ପଦକ୍ଷେପ

ଆଜାଦୀର ଅମୃତ ମହୋତ୍ସବରେ ବ୍ୟାଙ୍କଗୁଡିକର ଋଣ ସଂଯୋଗୀକରଣ ପଦକ୍ଷେପ

ଭୁବନେଶ୍ୱର,୦୭/୦୬/୨୦୨୨( ଓଡ଼ିଶା ସମାଚାର )- ଭାରତ ସରକାରଙ୍କ ଅର୍ଥମନ୍ତ୍ରାଳୟର ଆର୍ଥିକ ସେବା ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ବ୍ୟାଙ୍କଗୁଡିକ ପକ୍ଷରୁ ଚଳିତ ମାସ ୬ ରୁ ୧୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଋଣ ମଞ୍ଜୁରୀ ଓ ଜନ ସୁରକ୍ଷା ଯୋଜନାର ସଂଯୋଗୀକରଣ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତା୮ରେ ଓଡିଶାରେ ପରିଚାଳିତ ହେଉଥିବା ବ୍ୟାଙ୍କର ଶାଖା ଏବଂ ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟ ଗୁଡିକରେ କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ, ଜନ ସୁରକ୍ଷା ଯୋଜନା ଯଥା: ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା,ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧିନରେ ହିତାଧିକାରୀଙ୍କ ନାମକୁ ତାଲିକାଭୁକ୍ତ କରିବା, ଗ୍ରାହକ ସଚେତନତା/ଶାଖା ସ୍ତରରେ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଗ୍ରହୀ ବ୍ୟକ୍ତିମାନେ ବିଭିନ୍ନ ଋଣ ସୁବିଧାଗୁଡିକ ନିମନ୍ତେ ଆବେଦନ କରିପାରିବେ କିମ୍ବା ଅଟଳ ପେନ୍ ସନ୍ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଆଦି ବିଭିନ୍ନ ଜନ ସୁରକ୍ଷା ଯୋଜନାଗୁଡିକରେ ନିଜର ନାମକୁ ନିକଟସ୍ଥ ଶାଖାରେ ତାଲିକାଭୁକ୍ତ କରିପାରିବେ। ଓଡ଼ିଶା ସମାଚାର

Leave a Reply

Your email address will not be published.