ଭୁବନେଶ୍ୱର,୦୭/୦୬/୨୦୨୨( ଓଡ଼ିଶା ସମାଚାର )- ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ କମିଟିର ଦ୍ୱିତୀୟ ବୈଠକ ବିଧାୟକ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ସମାଜର ପଛୁଆବର୍ଗଙ୍କ ଶିକ୍ଷା, ପାଠ୍ୟପୁସ୍ତକ ଓ ଛାତ୍ରାବାସ ଗୁଡ଼ିକର ଉନ୍ନତିକରଣ ଉପରେ ବୈଠକରେ ଆଲୋଚନା ହୋଇଥିଲା। ସମସ୍ତ ସମସ୍ୟାଗୁଡ଼ିକର ତ୍ୱରିତ୍ୱ ସମାଧାନ ପାଇଁ ଅଧ୍ୟକ୍ଷ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକ ଶଙ୍କର ଓରାମ୍ , ସାଲୁଗା ପ୍ରଧାନ, ପର୍ଶୁରାମ ଧଡ଼ା, ବିଜୟ ଶଙ୍କର ଦାସ, ପୂର୍ଣ୍ଣଚନ୍ଦ୍ର ବାକା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ ଉନ୍ନୟନ ବିଭାଗର ପ୍ରମୁଖ ଶାସନସଚିବ ରଞ୍ଜନା ଚୋପ୍ରା, ବିଧାନସଭା ସଚିବ ଦାଶରଥୀ ଶତପଥୀ, ବିଭାଗୀୟ ନିର୍ଦ୍ଦେଶିକା ଗୁହା ପୁନମ୍ ତାପସ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର