Friday , March 31 2023
Home / ବିଶେଷ / ଅଗ୍ନିଶମ କର୍ମଚାରୀଙ୍କ ପୋଷାକ ଆର୍ଥିକ ସହାୟତା ବୃଦ୍ଧି

ଅଗ୍ନିଶମ କର୍ମଚାରୀଙ୍କ ପୋଷାକ ଆର୍ଥିକ ସହାୟତା ବୃଦ୍ଧି

ଭୁବନେଶ୍ୱର,୦୭/୦୬/୨୦୨୨( ଓଡ଼ିଶା ସମାଚାର )-ରାଜ୍ୟରେ କାର୍ଯ୍ୟରତ ଅଗ୍ନିଶମ କର୍ମଚାରୀଙ୍କ ପୋଷାକ ବାବଦ ବାର୍ଷିକ ପାଉଣା ୫୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। କାର୍ଯ୍ୟରତ ସହାୟକ ଅଗ୍ନିଶମ ଅଧିକାରୀ, ଷ୍ଟେସନ ଅଫିସର,ଫିଟର ଷ୍ଟେସନ୍ ଅଫିସର, ସହାୟକ ଷ୍ଟେସନ ଅଫିସର, ହାବିଲଦାର, ମେଜର,ଫାୟରମ୍ୟାନ୍ , ଫାୟାରମ୍ୟାନ୍ ଡ୍ରାଇଭର ଏବଂହେଲ୍ପର ଫାୟାରମ୍ୟାନଙ୍କ କ୍ଷେତ୍ରରେ ଲାଗୁ ହେବ। ସେହିପରି ଲିଡିଂ ଫାୟରମ୍ୟାନ୍ , ଡ୍ରାଇଭର ହାବିଲଦାର/ହାବିଲଦାର ମେକାନିକ୍ ଙ୍କ ପାଇଁ ବାର୍ଷିକ ପୋଷାକ ବାବଦ ସହାୟତା ୫୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ବିଶେଷ କ୍ଷେତ୍ରରେ ଅତିରିକ୍ତ ୨୦୦୦ ଟଙ୍କା ବ୍ୟତୀତ ସହାୟତା ଯୋଗାଇ ଦିଆଯିବ। ଚଳିତ ୨୦୨୨-୨୩ ବର୍ଷପାଇଁ ଏହା ଲାଗୁ ହେବ। ଯେଉଁ କର୍ମଚାରୀଙ୍କ ଚାକିରୀକାଳ ୬ ମାସରୁ କମ୍ ସମୟ ରହିଛି, ସେମାନଙ୍କ କ୍ଷେତ୍ରରେ ଏହି ପୋଷାକ ସହାୟତା ନିୟମ ଲାଗୁ ହେବନାହିଁ। ଏହି ବାବଦରେ୨.୦୦୪ କୋଟି ଟଙ୍କାର ବ୍ୟୟବରାଦ ରହିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.