ଭୁବନେଶ୍ୱର , ୦୬/୦୬/୨୦୨୨( ଓଡ଼ିଶା ସମାଚାର )- ଗତକାଲି ନୂତନ ମନ୍ତ୍ରୀ ମଣ୍ଡଳ ଗଠନ ପରେ ବିଦାୟୀ ମନ୍ତ୍ରୀମାନେ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ସୁଦାମ ମାରାଣ୍ଡି, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାସ, ପଦ୍ମନାଭ ବେହେରା, ପଦ୍ମିନୀ ଦିଆନ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ଅବସରରେ ବିଦାୟୀ ମନ୍ତ୍ରୀଙ୍କ ମାନ ଭଂଜନ କରି ସଂଗଠନ ଦାୟିତ୍ୱ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇ କହିଛନ୍ତି କି ପରଫରର୍ମାନ୍ସ ଯୋଗୁଁ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇନି । ମନ୍ତ୍ରୀମଣ୍ଡଳ ବଦଳିବା ଏକ ସ୍ୱାଭାବିକ ପ୍ରକ୍ରିୟା। କୋଭିଡ ସମୟରେ ଗୁରୁ ଦାୟିତ୍ୱ ବହନ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ଆହୁରି କହିଥିଲେ, ଆପଣମାନେ ଦଳ ପାଇଁ କାମ କରନ୍ତୁ। ଆଗକୁ ୨୦୨୪ ନିର୍ବାଚନ ରହିଛି। ସଙ୍ଗଠନ କଥା ବୁଝନ୍ତୁ। ଦୁଇ ଚାରି ଦିନ ଭିତରେ ସଙ୍ଗଠନ ଦାୟିତ୍ୱ ଦିଆଯିବ। ଓଡ଼ିଶା ସମାଚାର