ପାରାଦୀପ,୦୬/୦୬/୨୦୨୨( ଓଡ଼ିଶା ସମାଚାର )- ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ଅଂଚଳରେ ପ୍ରସ୍ତାବିତ ଜେ.ଏସ୍.ଡବ୍ଲ୍ୟୁ. ପ୍ରକଳ୍ପ ଅଂଚଳକୁ ସୋମବାର ଦିନ ନର୍ମଦା ବଂଚାଓ ଆନ୍ଦୋଳନର ନେତ୍ରୀ ମେଧା ପାଟେକର ଆସିଥିଲେ । ପ୍ରକଳ୍ପ ବିରୋଧି ନେତା ଦେବେନ୍ଦ୍ର ସ୍ୱାଇଁ ବିଭିନ୍ନ ମାମଲାରେ ଗିରଫ ହୋଇ ଏବେ କୁଜଙ୍ଗ ଜେଲ୍ ରେ ଅଛନ୍ତି । ସେଠାରେ ପହଂଚି ମେଧା ପାଟେକର ଦେବେନ୍ଦ୍ର ସ୍ୱାଇଁଙ୍କୁ ଭେଟିଥିଲେ । ଏହା ପରେ ଦେବେନ୍ଦ୍ରଙ୍କ ପରିବାରକୁ ଭେଟିବା ପାଇଁ ମେଧା ଢିଙ୍କିଆକୁ ଯାଇଥିଲେ । ହେଲେ ଢିଙ୍କିଆ ଗାଁ ମୁଣ୍ଡରେ ପ୍ରକଳ୍ପ ସପକ୍ଷବାଦୀମାନେ ମେଧାଙ୍କୁ ଅଟକାଇଥିଲେ । ଢିଙ୍କିଆକୁ ପ୍ରବେଶ କରିବାକୁ ସପକ୍ଷବାଦୀମାନେ ତୀବ୍ର ବିରୋଧ କରିଥିଲେ । ମେଧାଙ୍କ ସମେତ ଅନ୍ୟ ନେତାମାନଙ୍କୁ ସେହି ଠାରୁ ଫେରିଯିବାକୁ କହିଥିଲେ । ଫଳରେ ବାଧ୍ୟ ହୋଇ ମେଧା ଓ ତାଙ୍କ ସହିତ ଢିଙ୍କିଆ ଯାଇଥିବା ଅନ୍ୟମାନେ ଢିଙ୍କିଆରେ ପ୍ରବେଶ କରି ନପାରି ଫେରି ଆସିଥିବା ଦେଖିବାକୁ ମଳିଥିଲା । ଓଡ଼ିଶା ସମାଚାର