Friday , March 31 2023
Home / କୃଷି / ଜୈବକୃଷି ଚାଷୀର ଆୟ ବଢାଇବା ସହ କମ୍ପାନୀ ଶୋଷଣ ବନ୍ଦ କରିବ : ଗୋପାଳ ସୁତରିଆ

ଜୈବକୃଷି ଚାଷୀର ଆୟ ବଢାଇବା ସହ କମ୍ପାନୀ ଶୋଷଣ ବନ୍ଦ କରିବ : ଗୋପାଳ ସୁତରିଆ

ଭୁବନେଶ୍ୱର , ୦୬/୦୬/୨୦୨୨( ଓଡ଼ିଶା ସମାଚାର )- ଜୈବକୃଷି ଚାଷୀର ଆୟ ବଢାଇବା ସହ କମ୍ପାନୀ ଶୋଷଣର ସମାପ୍ତ କରିବ ବୋଲି ଜୈବ କୃଷି ଉପରେ ଭାରତ ନିର୍ମାଣ ଅଭିଯାନ ଓ ନବନିର୍ମାଣ ସଂଗଠନ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜୈବକୃଷି ବିଶେଷଜ୍ଞ ଗୋପାଳ ସୁତରିଆ ମତପ୍ରକାଶ କରିଛନ୍ତି ।
ଇନ୍ଷ୍ଟିଚୁ୍ୟଟ ଅଫ୍ ଇଞ୍ଜିନିୟର୍ସରେ କୃଷକ ନେତା ଅକ୍ଷୟ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ସେ କହିଥିଲେ ଯେ, ଗିରଗାଇର ଗୋବରର ବ୍ୟାକ୍ଟେରିଆ ଉପାଦାନଯୁକ୍ତ ଯେଉଁ ଔଷଧୀୟ ଉପାଦାନ ସେ ତିଆରି କରିଛନ୍ତି ତାହା ରାସାୟନିକ ସାର ଓ କୀଟନାଶକ ପ୍ରୟୋଗର ଉଚିତ ଜବାବ ଦେଇଛି ବୋଲି ସେ କହିଥିଲେ । ପାଖାପାଖି ୭ ଲକ୍ଷ ଚାଷୀ ପରୀକ୍ଷାମୂଳକ ଭାବେ ଏହା ପ୍ରମାଣ କରି ସଫଳତା ପାଇଥିବା ସେ କହିଛନ୍ତି । ପଦ୍ମଶ୍ରୀ ବିଜେତା ରାଧାମୋହନଙ୍କ ସୁପୁତ୍ରୀ ସାବରମତି କହିଲେ ଯେ, ଏବେ ଆମେ ଚାଷୀମାନେ ପରସ୍ପରକୁ ପ୍ରତ୍ୟକ୍ଷ ଭାବରେ ବିଷ ଖୁଆଉଛୁ । ଖାଦ୍ୟ ନାଁରେ ବିଷ ସେବନ ବଢୁଛି । ଆମେ ସାର, ଔଷଧ କମ୍ପାନୀ ଚକ୍ରାନ୍ତ ଓ ପ୍ରଲୋଭନରୁ ମୁକୁଳି ଜୈବକୃଷିର ରାସ୍ତା ଆପଣାଇଲେ ଆମେ ରୋଗମୁକ୍ତ ପୃଥିବୀ ଓ ବିଷମୁକ୍ତ ଖାଦ୍ୟ ଖାଇପାରିବା । ଅନ୍ୟତମ ଜୈବକୃଷି ବିଶେଷଜ୍ଞ ନଟବର ଷଡ଼ଙ୍ଗୀ କହିଲେ ଯେ, ଆମେ ବର୍ଷ ବର୍ଷ ଧରି ଜୈବକୃଷି କରି ଆସୁଥିଲୁ । ମାତ୍ର ବିଦେଶୀ କମ୍ପାନୀ ଓ ଦେଶମାନେ ଚକ୍ରାନ୍ତ କରି ଆମକୁ ସାର ଓ ଔଷଧର ବହୁଳ ବ୍ୟବହାର ଶିଖାଇ ଆମକୁ ଋଣ ଓ ରୋଗରେ ପକାଇଛନ୍ତି । ଏହା ବିରୁଦ୍ଧରେ ଆମକୁ ଲଢିବାକୁ ପଡ଼ିବ । ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କିହଲେ ଯେ, ସଂଗଠନ ଆନ୍ଦୋଳନ ସାଙ୍ଗରେ ରଚନାତ୍ମକ କାମକୁ ବଢାଇବେ ଓ ଜୈବକୃଷିକୁ କିଭଳି ଚାଷୀମାନେ ଧୀରେ ଧୀରେ ବ୍ୟାପକ ଭାବେ ଆପଣାଇବେ ସେ ବିଷୟରେ ନିରନ୍ତର ଉଦ୍ୟମ କରିବା ଦରକାର ବୋଲି ଗୋ ଆଧାରିତ ସମୃଦ୍ଧ ଭାରତ ଅଭିଯାନ ତରଫରୁ ସଞ୍ଜୟ ପଣ୍ଡା ଉପାଦେୟ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନବନିର୍ମାଣ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ରଶ୍ମିରଞ୍ଜନ ସ୍ୱାଇଁ, ନିମାଇଁ ଚରଣ ରାୟ ଓ ମୟୁରଭଞ୍ଜ ପ୍ରଭାରୀ ଦିନେଶ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.