ଜୁନାଗଡ଼, ୦୬/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )- ଏନ୍ଏସି ର କାଉନ୍ସିଲ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସଫେଇ, ପାନୀୟ ଜଳ ଯୋଗାଣ ଓ ରାସ୍ତା ଘାଟ ପରି ବିଭିନ୍ନ ମୌଳିକ କାର୍ଯ୍ୟ କୁ ଅଗ୍ରାଧିକାର ଦିଆଯାଇଥିଲା । ନଗର୍ ପାଲ ମୁକେଶ୍ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ଵମ୍ବର ମିଶ୍ର, ଉପନଗରପାଳ ହିମାଦ୍ରୀ ନାୟକ ଓ ସମସ୍ତ କାଉନ୍ସିଲ୍ ର ଉପସ୍ଥିତ ରହି ସହର ର ବିକାଶ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ଦଳ ମତ ନିର୍ବିଶେଷରେ ସମସ୍ତ ନିର୍ବାଚିତ ପ୍ରତିନିଧି ଅଫିସ କର୍ମଚାରୀ ଏବ୍ଂ ଜନସାଧାରଣ ଙ୍କ ମିଳିତ ଉଦ୍ୟଦମ ରେ ସହରର ପ୍ରତେକ କ୍ଷେତ୍ର ରେ ଉନ୍ନତି କରିବା ପାଇଁ ସମସ୍ତ ଙ୍କ ସହଯୋଗ ଆବଶ୍ୟକ ବୋଲି ନଗର୍ ପାଲ ଆହ୍ଵାନ କରିଥିଲେ । ସହରର ରାସ୍ତାଘାଟ ନିର୍ମାଣ ପାନୀୟ ଜଳ, ପରିମଳ,ଅlବସ ଗୃହ, ନୂତନ ବସ ଷ୍ଟାଣ୍ଡ ମଧ୍ୟରେ ଦୋକାନ ଗୃହ ନିର୍ମାଣ କରି ଉଠା ଦୋକାନୀ ଙ୍କୁ ଥଇଥାନ ଏବ୍ଂ ନୂତନ ଏନ୍ ଏ ସି ଅଫିସ ଗୃହ ନିର୍ମାଣ ,ସହର୍ ର ସୌନ୍ଦର୍ଯ୍ୟ କରଣ, ପିଡିଏସ ଚାଉଲ ଲୋକେ ସହଜ ରେ ପାଇ ପାରିବେ ଓ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ଏବଂଏହି କାର୍ଯ୍ୟ ଗୁଡିକୁ ତ୍ୱରାନିତ କରିବାପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ଏହି ବୈଠକରେ ସଂସାଦ ପ୍ରତିନିଧି କାଳନ୍ଦି ପାଣିଗ୍ରାହୀ ଓ ବିଧାୟକ ପ୍ରତିନିଧି ସତୀଶ ପ୍ରଧାନ ଏବ୍ଂ କନିଷ୍ଠ ଯନ୍ତ୍ରୀ ଅରୁଣ ବେହେରା ଓ ପରିଷଦ ସଚିନ ଆନନ୍ଦlନି, କାହ୍ନୁ ବଇଠାରୁ, ହିଁମାଦ୍ରୀ ସିନ୍ଦୁର, ପୁଷ୍ପାଞ୍ଜଳି ଦଣ୍ଡସେନା, ମାଧବୀ ବାଗ, ମଞ୍ଜୁ ଲତା ସେଠି, କୁନି ଶବର, ଭୂପେନ୍ଦ୍ର ଦଣ୍ଡସେନା, ମୀନତି ମାଝୀ,ଗୋପlଲ ଚନ୍ଦନ, ଚକ୍ର ବାଗ ପ୍ରମୂଖ ଉପସ୍ଥିତ ରହିଥିଲେ । ଓଡ଼ିଶା ସମାଚାର