ରଗୁନାଥପୁର, ୦୬/୦୬/୨୦୨୨( ଓଡ଼ିଶା ସମାଚାର )-ଜଗତସିଂହପୁର ଜିଲାପାଳ ଦେବୋତର କମିଶନରଙ୍କ ନିର୍ଦ୍ଧେଶ କ୍ରମେ ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରଖନାଥ ପିଠ ପରିସରରେ ଥିବା ବିପଦପୁର୍ଣ୍ଣ ପୋଖରୀ ର ପୁନରୁଦ୍ଧାର ସହିତ ପିଠ ପରିସରରେ ବର୍ଷା ପାଣି ନିଷସ୍କାସନର ବ୍ୟବସ୍ଥା ଓ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଭୋଗ ଦୋକାନ , ଦୀପ ଦୋକାନ , ଭୋଗ ରୋଷ ଘର ଆଦିର ନବୀକରଣ କାର୍ଯ୍ୟ ନିମନ୍ତେ ମନ୍ଦିରର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଂଜନ ପରିଜା, ଜଇପୁର ପୂର୍ତ ବିଭାଗ ଯନ୍ତ୍ରୀ ବିନୟ କୁମାର ସାହୁ , ମନ୍ଦିର ଉପଦେଷ୍ଟା ସୁଶାନ୍ତ କୁମାର ଦାସ, ପ୍ରଶାନ୍ତ ଭୂୟାଁ, ସୁରେନ୍ଦ୍ର ସ୍ୱାଇଁ, ଗ୍ରାମବାସୀଙ୍କ ତରଫରୁ ପ୍ରମୋଦ ମହାନ୍ତି, ଆଇନଜୀବି ଜୀବନ ବଲଭ ମହାନ୍ତି, କ୍ଷୀରୋଦ ମହାନ୍ତି ପ୍ରମୁଖଙ୍କୁ ପିଠ ପରିସରରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି କରିଛନ୍ତି । ସୂଚନା ଯୋଗ୍ୟ କି ପିଠ ପରିସରରେ ଥିବା ପୋଖରୀ ଅତ୍ୟନ୍ତ ଅସ୍ୱଛ ପାଣି ଥିବାବେଳେ ଏହାର ଦୁଇ ପାଶ୍ୱର୍ ପାଚେରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ସେହିପରି ବର୍ଷା ଦିନେ ଭୋଗ ଓ ଦୀପ ଦୋକାନ ଛାତରୁ ପାଣି ଗଳି ଦୋକାନ ନଷ୍ଟ ହେଉଥିବାବେଳେ ମନ୍ଦିର ପରିସରରୁ ଜଳ ନିଷ୍କାସନ ପାଇଁ ଡ଼୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷା ଦିନେ ଭକ୍ତ ଓ ଶ୍ରଦ୍ଧାଳୁମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏ ବିଷୟରେ ମନ୍ଦିର ତରଫରୁ ଜଗତସିଂହପୁର ଜିଲାପାଳ, ଦେବୋତର କମିଶନରଙ୍କୁ ଳିଖିତ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଓଡ଼ିଶା ସମାଚାର