Friday , March 31 2023
Home / ବିଶେଷ / କୋଳିଗାଁ ଅମୃତ ଧାରା ପ୍ରକଳ୍ପ ଅଚଳ,ପୁନଃ କାର୍ଯ୍ୟକ୍ଷମ ପାଇଁ ଦାବି

କୋଳିଗାଁ ଅମୃତ ଧାରା ପ୍ରକଳ୍ପ ଅଚଳ,ପୁନଃ କାର୍ଯ୍ୟକ୍ଷମ ପାଇଁ ଦାବି

ଜୁନାଗଡ଼ , ୦୬/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୋଳିଗାଁ ଅମୃତ ଧାରା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇ ପଡିଛି।ଯାହାଫଳରେ ନିର୍ଭରଶୀଳ ଗ୍ରାମବାସୀ ଓ ପଥାଚାରୀ ମାନେ ହଇରାଣ ହେଉଛନ୍ତି।ଜୁନାଗଡ଼ ବ୍ଲକର ଅନେକ ଗ୍ରାମରେ ଅମୃତ ଧାରା ଓ ସୋଲାର ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଥିବା ଯୋଗୁଁ ଲୋକେ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି।କୋଳିଗାଁ ସମେତ ବ୍ଲକର ଅଚଳ ହୋଇପଡିଥିବା ଜଳଯୋଗାଣ ପ୍ରକଳ୍ପ ଗୁଡିକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରାଯିବାକୁ ସର୍ବସାଧାରଣରେ ଦାବି ହେଉଛି। ଓଡ଼ିଶା ସମାଚାର

Leave a Reply

Your email address will not be published.