Saturday , April 1 2023
Breaking News
Home / ବ୍ୟବସାୟ ବାଣିଜ୍ୟ / କେନ୍ଦ୍ର ମନ୍ତ୍ରୀ ସାନ୍ତନୁ ଠାକୁର ଙ୍କ ପାରାଦୀପ ଗସ୍ତ

କେନ୍ଦ୍ର ମନ୍ତ୍ରୀ ସାନ୍ତନୁ ଠାକୁର ଙ୍କ ପାରାଦୀପ ଗସ୍ତ

ପାରାଦୀପ, ୦୬/୦୬/୨୦୨୨( ଓଡ଼ିଶା ସମାଚାର )- ଚାରିଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମାନନୀୟ ବନ୍ଦର, ପରିବହନ ଏବଂ ଜଳପଥ ବିଭାଗ ର ମାନ୍ୟବର ରାଜ୍ୟ ମନ୍ତ୍ରୀ ଶ୍ରୀ ସାନ୍ତନୁ ଠାକୁର । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପାରାଦୀପ ବନ୍ଦର ଅଥରିଟୀ ର ଉପାଧ୍ୟକ୍ଷ ଶ୍ରୀ ଏକେ ବୋଷ୍ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଠାକୁର ଙ୍କୁ ସ୍ବାଗତ ଜଣାଇଥିଲେ। ରବିବାର ପାରାଦୀପ ଗସ୍ତ କରିଥିଲେ ମାନନୀୟ ମନ୍ତ୍ରୀ ଶ୍ରୀ ଠାକୁର । ପାରାଦୀପ ବନ୍ଦର ତରଫରୁ ମନ୍ତୀ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ବନ୍ଦର ଅଧ୍ୟକ୍ଷ । ପରେ ମନ୍ତ୍ରୀ ଜଳପଥରେ ପାରାଦୀପ ବନ୍ଦର ପରିକ୍ରମା କରିଥିଲେ । ସନ୍ଧ୍ୟାରେ ପାରାଦୀପ ଜୟଦେବ ସଦନ ସଭାଗୃହ ରେ ନେଚର କେୟାର ଇନିସିଏଟିଭ ପକ୍ଷରୁ ବିଶ୍ବ ପରିବେଶ ଦିବସ ଅବସରରେ ଏକ ପରିବେଶ ସଚେତନତା ଜନିତ କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ମାନନୀୟ ବନ୍ଦର, ପରିବହନ ଏବଂ ଜଳପଥ ମାନ୍ୟବର ରାଜ୍ୟ ମନ୍ତ୍ରୀ ଶ୍ରୀ ସାନ୍ତନୁ ଠାକୁର । ସମ୍ମାନିତ ଅତିଥି ଭାବରେ ଶ୍ରୀ ସୁଜିତ କୁମାର ମାନ୍ୟବର ସାଂସଦ, ରାଜ୍ୟସଭା,ଶ୍ରୀ ପି.ଏଲ ହାରାନନ୍ଦ ଅଧ୍ୟକ୍ଷ, ପାରାଦୀପ ବନ୍ଦର ପ୍ରାଧିକରଣ, ମୁଖ୍ୟ ବକ୍ତା ଭାବରେ ଶ୍ରୀମତୀ ପଦ୍ମା ମହାନ୍ତି , ଆଇଏଫଏସ,ଡେପୁଟି ଇନ୍ସପେକ୍ଟର ଜେନେରାଲ୍ ଅଫ୍ କେନ୍ଦ୍ରୀୟ ବନ , ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଜ୍ଝ ଏହି ପରିବେଶ ସଚେତନତା ଧର୍ମୀ କାର୍ୟ୍ୟକ୍ରମ ରେ ବକ୍ତା ଭାବରେ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ଶ୍ରୀ ଜଗନ୍ନାଥ ସଂସ୍କୃତ ଗବେଷକ,ଗୋବର୍ଦ୍ଧନ ପୀଠ, ପୁରୀ, ଅତିଥି ଭାବରେ ଶ୍ରୀ ମଧୁସୂଦନ ଦାଶ ଅତିରିକ୍ତ ସଚିବ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡିଶା ସରକାର, ପ୍ରମୁଖ ଯୋଗଦାନ କରିଥିଲେ । ତେବେ ନେଚର କେୟାର ଇନିସିଏଟିଭ ତରଫରୁ ବିଶ୍ୱ ପରିବେଶ ଦିବସ ଅବସରରେ ଆୟୋଜିତ ପରିବେଶ ଧର୍ମୀ ଆଲୋଚନା ଚକ୍ରର ମୁଖ୍ୟ ଶୀର୍ଷକ ରହିଥିଲା, ପୃଥିବୀ ର ଦ୍ଵିତୀୟ ପରିକଳ୍ପନା ନାହିଁ । ଯାହାକୁ ନେଇ ନିଜ ବକ୍ତବ୍ୟ ରଖିଥିଲେ ମୁଖ୍ୟ ବକ୍ତା ଶ୍ରୀମତୀ ପଦ୍ମା ମହାନ୍ତି । ଧୀରେ ଧୀରେ ଯେଉଁଭଳି ଭାବରେ ଶିଳ୍ପସଂସ୍ଥା ମାନ ଗଢିଉଠୁଛି ଯାହାକୁ ନେଇ ପରିବେଶ ର ସନ୍ତୁଳନ ବିଗିଡ଼ିବାରେ ଲାଗିଛି । ଯାହା ଆଗାମୀ ପିଢ଼ି ପାଇଁ ବିପଦଜନକ ସାବ୍ୟସ୍ତ ହୋଇଛି । ଯାହାର ଫଳସ୍ୱରୂପ ଜଙ୍ଗଲ, ବୃକ୍ଷରାଜି ର ବିନାଶ ଫଳରେ ଅନେକ ସମୟରେ ପ୍ରକୃତି ର କ୍ଷୋଭ ସ୍ୱରୂପ ଅଦିନିଆ ଝଡ଼, ବାତ୍ୟା, ବନ୍ୟା ଭଳି ବିଭୀଷିକା ର ସମ୍ମୁଖୀନ ହେଉଛି ମଣିଷ ସମାଜ । ତେଣୁ ପ୍ରତ୍ୟେକ ମଣିଷ ପରିବେଶ ପ୍ରତି ଯତ୍ନବାନ ହେବା ସହିତ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ନିଜର ତଥା ଆଗାମୀ ପିଢ଼ି ନିମନ୍ତେ ଏକ ସୁସ୍ଥ ପରିବେଶ ଗଢିବାକୁ ନିବେଦନ କରିଥିଲେ । ତେବେ ଜୀବନରେ ଯେଉଁଭଳି ଘରର ପରିବାର ପ୍ରତି ଯତ୍ନବାନ ନ ହେଲେ ଯେଉଁଭଳି ପରିବାର ଉଜୁଡିଯାଏ ସେହିଭଳି ଏକ ସୁସ୍ଥ ସମାଜ ପାଇଁ ପରିବେଶ ସୁଧାରିବା ରେ ପ୍ରତ୍ୟେକ ମଣିଷର ଦାୟିତ୍ୱବୋଧ ରହିଛି । ମଣିଷ ଜୀବନ ରେ ଯେଉଁଭଳି ଭାବରେ ପଞ୍ଚତତ୍ତ୍ୱ ଯଥା ଅଗ୍ନି, ବାୟୁ, ଜଳ, ଆକାଶ ଓ ପୃଥିବୀ ର ମହତ୍ୱ ସର୍ବାଗ୍ରେ ରହିଛି । ପଞ୍ଚତତ୍ତ୍ୱ ର ମହତ୍ୱ କୁ ନେଇ ପ୍ରତ୍ୟେକ ନାଗରିକ ଦାୟିତ୍ୱବାନ ହେବା ସହିତ ଏକ ସୁସ୍ଥ, ସୁନ୍ଦର ପରିବେଶ ସୃଷ୍ଟି କରିବା ନେଇ ବନ୍ଦର ଅଧ୍ୟକ୍ଷ ନିଜ ବକ୍ତବ୍ୟ ରେ କହିଥିଲେ । ସମସ୍ତ ମଣିଷ ସମାଜ ପରିବେଶ ପ୍ରତି ଯତ୍ନବାନ ହେବା ସହିତ ଧରିତ୍ରୀ ମାତା କୁ ଶସ୍ୟଶ୍ୟାମଳ କରିବାକୁ ପ୍ରତ୍ୟେକ ମଣିଷ ଶପଥ ନେଇ ବିଶ୍ୱ ପାରିବେଷ ସଚେତନତା ରେ ଏକ ସବୁଜ ବିପ୍ଳବ ସୃଷ୍ଟି କରିବାକୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ନିଜ ନିଜ ବକ୍ତବ୍ୟ ରଖିଥିଲେ । ନିକଟରେ ପାରାଦୀପ ବନ୍ଦର କୁ ଗ୍ରୀନପୋର୍ଟ ଭାବରେ ପରିଗଣିତ କରିବାକୁ ବନ୍ଦର ତରଫରୁ ଲକ୍ଷ ଲକ୍ଷ ବୃକ୍ଷରୋପଣ କରାଯିବା ନେଇ ବନ୍ଦର ଅଧ୍ୟକ୍ଷ ସୂଚନା ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.