Friday , March 31 2023
Home / ବିଶେଷ / କନ୍ଦରପୁରକୁ ଗଡିଵ ‘ ମୋ ଵସ୍ ‘ ,ଜୁନ୍ ୮ ବୁଧବାର ଠାରୁ ନୂତନ ସେଵାର ଆରମ୍ଭ

କନ୍ଦରପୁରକୁ ଗଡିଵ ‘ ମୋ ଵସ୍ ‘ ,ଜୁନ୍ ୮ ବୁଧବାର ଠାରୁ ନୂତନ ସେଵାର ଆରମ୍ଭ

କଟକ ସଦର, ୦୬/୦୬/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା) : ଗତ ୪ ଵର୍ଷ ହେଲା ଭୂଵନେଶ୍ୱର, ପୁରୀ,କଟକ, ଖୋର୍ଦ୍ଧା ଭଳି ପ୍ରମୁଖ ସହରରେ ଯାତ୍ରୀମାନଙ୍କ ସୁବିଧା ପାଇଁ କ୍ରୁଟ( କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ) ପକ୍ଷରୁ ‘ ମୋ ଵସ୍ ‘ ସେଵା ଚାଲୁ ରହିଥିବା ବେଳେ ଏଵେ ଆବଶ୍ୟକତା ଦୃଷ୍ଟିରୁ ଆସନ୍ତା ୮ ତାରିଖ ବୁଧବାର ଠାରୁ ଆଉ ୪ ନୂଆ ରୁଟରେ ଏହି ସେଵା ଆରମ୍ଭ କରାଯିଵ ଵୋଲି ସୂଚନା ମିଳିଛି। ଏଥିରେ ରୁଟ୍ ନଂ ୮0 ରେ ବିଜୁପଟ୍ଟନାୟକ ଛକ ଠାରୁ ଚାରିଵାଟିଆ ପର୍ଯ୍ୟନ୍ତ,ରୁଟ୍ ନଂ ୮୧ ରେ ବାରବାଟୀ ଷ୍ଟାଡିୟମ୍ ଠାରୁ ସାଲେପୁର ପର୍ଯ୍ୟନ୍ତ,ରୁଟ୍ ନଂ  ୮୨ ରେ ଭୂଵନେଶ୍ୱର ରେଳ ଷ୍ଟେସନ ଠାରୁ କଟକ ଵଡ ମେଡିକାଲ ଓ ରୁଟ୍ ନଂ ୮୩ ରେ ଧବଳେଶ୍ଵର ଠାରୁ କନ୍ଦରପୁର ପର୍ଯ୍ୟନ୍ତ ୪ ‘ ମୋ ଵସ୍ ‘ ଚଳାଚଳ କରିଵ। ଯାତ୍ରୀମାନଙ୍କ କ୍ରମାଗତ ଅନୁରୋଧ ପରେ କିଛି ପୁରୁଣା ଵସ୍ କୁ ପୁନରୁଦ୍ଧାର କରାଯାଇ ଏହି ୪ ଟି ରୁଟ୍ ରେ ପ୍ରଥମେ ପରୀକ୍ଷା ମୂଳକ ଭାଵେ ଚଳାଚଳ କରିଵ। ଆବଶ୍ୟକ ସ୍ଥଳେ ଏହି ସେବା ଅନ୍ୟାନ୍ୟ ନିର୍ଧାରିତ ରୁଟ୍ ରେ ଚଳାଚଳ କରାଯିଵା ପାଇଁ ନିଷ୍ପତ୍ତି ନିଆଯାଇଥିଵା ଜଣାଯାଇଛି। ପ୍ରତ୍ୟେକ ଵସ୍ ଯାତ୍ରା ପୂର୍ବରୁ ପ୍ରତିଥର ବିଶୋଧନ କରାଯିଵାର ବ୍ୟବସ୍ଥା କରାଯାଇଥିବା ଵେଳେ ସମସ୍ତ ରୁଟ୍ ର ବସ୍ ଗୁଡ଼ିକ ‘ ମୋ ଵସ୍ ‘ କଟକ ଟର୍ମିନାଲରୁ ଵାହାରି ନିର୍ଣ୍ଣୟ କରାଯାଇଥିବା ରୁଟ୍ ଦେଇ ଗତି କରିଵ ଵୋଲି କ୍ରୁଟର ମୂଖ୍ୟ ପରିଚାଳକ ଦୀପ୍ତି ମହାପାତ୍ର କହିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.