Tuesday , October 3 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ଇଫକୋ ପାରାଦୀପ ୟୁନିଟ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ – ୬୦୦ ଚାରା ରୋପଣ

ଇଫକୋ ପାରାଦୀପ ୟୁନିଟ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ – ୬୦୦ ଚାରା ରୋପଣ

ପାରାଦୀପ,୦୬/୦୬/୨୦୨୨( ଓଡ଼ିଶା ସମାଚାର )- ଦେଶର ଅଗ୍ରଣୀ ସାର ଉତ୍ପାଦନକାରୀ ସଂସ୍ଥା ଇଫକୋ ପାରାଦୀପ ୟୁନିଟ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସୋମବାର ଦିନ ଏକ ସମାରୋହ ଇଫକୋ ପାରାଦୀପ ୟୁନିଟ୍ ପରିସରରେ ଆୟୋଜିତ ହୋଇଥିଲା । ଏହି ଭବ୍ୟ ସମାରୋହରେ ଇଫକୋ ପାରାଦୀପ ୟୁନିଟ୍ ର ନିର୍ଦ୍ଧେଶକ କେ.ଜେ.ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପରିବେଶକୁ ରକ୍ଷା କରିବା ପାଇଁ ହେଲେ ବ୍ୟାପକ ବୃକ୍ଷରୋପଣ କରିବାକୁ ନିବେଦନ କରିଥିଲେ । ଏହି ଅବସରରେ ଇଫକୋର କର୍ମଚାରୀ,ବରିଷ୍ଠ ଅଧିକାରୀ, ଅଫିସର୍ସ ଆସୋସିଏସନ୍ ଓ ଇଫକୋ କର୍ମଚାରୀ ସଂଘର ସଦସ୍ୟମାନେ ଯୋଗ ଦେଇ ବାୟୋ ଫର୍ଟିଲାଇଜର ନିକଟରେ ୬୦୦ ଚାରା ରୋପଣ କରିଥିଲେ । ପ୍ରକାଶଥାଉକି, ୧୯୭୪ ମସିହା ଠାରୁ ସମଗ୍ର ବିଶ୍ୱ ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଆସୁଛି । ଚଳିତ ବର୍ଷରେ ଇଫକୋ ପରିସରେ ୪୦ ହଜାର ଚାରା ରୋପଣ କରାଯିବ ବୋଲି ଇଫକୋର ସହକାରୀ ପରିଚାଳକ(ପ୍ରଶାସନ) ପ୍ରସନ୍ନ କୁମାର ବେଉରା ସୂଚନା ଦେଇଛନ୍ତି । ସୂଚନାଥାଉକି, ପାରାଦୀପର ପାରିପାଶ୍ୱର୍ିକ ଅଂଚଳରେ ଉନ୍ନୟନ ଏବଂ ପରିବେଶ ସୁରକ୍ଷା ନିମନ୍ତେ ବ୍ୟାପକ ବୃକ୍ଷରୋପଣ କ୍ଷେତ୍ରରେ ଇଫକୋ ସର୍ବାଗ୍ରେ ରହିଛି । ବର୍ଷତମାମ୍ ସ୍ଥାନୀୟ ଅଂଚଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକାଭୀମୁଖି କାର୍ୟ୍ୟ କରି ଇଫକୋ ଉଚ୍ଚ ପ୍ରଶଂସିତ ହୋଇଛି । ଏତଦ୍ ବ୍ୟତିତ ଇଫକୋର ଜ୍ୟୋତି ଲେଡିଜ୍ କ୍ଲବ୍ ପକ୍ଷରୁ ବିଭିନ୍ନ ସମୟରେ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇଲେକ୍ ଓ ହୁଇଲ୍ ଚେୟାର ପ୍ରଦାନ, ମହିଳା ସ୍ୱୟଂ ସହାୟକ ଦଳମାନଙ୍କୁ ପ୍ରୋତ୍ସାହନ, ସ୍କୁଲର ନବୀକରଣ, ଗରୀବ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟସାମଗ୍ରୀ ପ୍ରଦାନ ଇତ୍ୟାଦି କାର୍ୟ୍ୟମାନ କରି ଇଫକୋ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛି ।    ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *