ଭୁବନେଶ୍ୱର,୦୫/୦୬/୨୦୨୨( ଓଡ଼ିଶା ସମାଚାର )- ଚଳିତ ବର୍ଷ ରାୟଗଡା ଜିଲ୍ଲାରୁ ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରଷ୍କାର ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକୋଣା ଗ୍ରାମରେ ଥିବା ସ୍ନେହ ଅନୁଷ୍ଠାନ ଦ୍ୱାରା ପରିଚାଳିତ ନଳିନୀ ବିଦ୍ୟା ମନ୍ଦିରକୁ ପ୍ରଦାନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଉର୍ମ୍ମଳା ଶତପଥିଙ୍କୁ ଜାତୀୟ ପରିବେଶ ଦିବସ ସମାରୋହ କାର୍ଯ୍ୟକ୍ରମରେ ଅତିରିକ୍ତ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ଓଡ଼ିଶା ସରକାର ମୋନା ଶର୍ମା ଏହି ପୁରଷ୍କାର ପ୍ରଦାନ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟକି ଗତ ୨୦୧୬ ମସିହାରେ ମଧ୍ୟ ନଳିନୀ ବିଦ୍ୟାମନ୍ଦୀରକୁ ପ୍ରକୃତି ମିତ୍ର ପୁରଷ୍କାର ପ୍ରଦାନ କରାଯାଇଥିଲା । ତତ୍ ସହିତ ୨୦୧୬ ମସିହାରେ ପ୍ରକୃତି ବଂଧୁ ପୁରଷ୍କାର ଏହି ବିଦ୍ୟାଳୟର ଶିକ୍ଷୟତ୍ରୀ ମୋନାଲିସା ପଟ୍ଟନାୟକ, ୨୦୧୭ ରେ ଶିକ୍ଷୟତ୍ରୀ ଶୁଧାଂଶୁ କୁମାରୀ ଶତପଥି ଏବଂ ୨୦୨୦ ମସିହାରେ ଉର୍ମ୍ମିଳା ଶତପଥିଙ୍କୁ ପ୍ରଦାନ କରାଯାଇଥିଲା । ଏହା ସହିତ ୨୦୧୬ ମସିହାରେ ବେଷ୍ଟ ଫରେଷ୍ଟ୍ରୀ ପୁରଷ୍କାର ନଳିନୀ ବିଦ୍ୟା ମନ୍ଦିରକୁ ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ସଂଗିତା ହୁଇକାଙ୍କୁ ଜିଲ୍ଲା ସ୍ତରୀୟ ଅନ୍ ଲାଇନ୍ ଇକୋ କ୍ଲବ୍ ପ୍ରତିଯୋଗିତାରେ ପ୍ଲାଷ୍ଟିକ ଦ୍ୱାରା ପ୍ରଦୁଷଣ ଜନିତ କୁପ୍ରଭାବ ଉପରେ ଚିତ୍ର ଆଙ୍କିଥିବାରୁ ତୃତୀୟ ପୁରଷ୍କାର ପ୍ରଦାନ କରାଯାଇଥିଲା । ଏହି ଉଲ୍ଲେଖନୀୟ ପ୍ରଦର୍ଶନୀ ନିମନ୍ତେ ନଳିନୀ ବିଦ୍ୟାମନ୍ଦିରକୁ ସ୍ଥାନିୟ ଅଧିବାସୀ, ବିଦ୍ୟାଳୟର ଛାତ୍ରୀ ଏବଂ ଅଭିଭାବକ ମହଲରୁ ଅନେକ ପ୍ରଶଂସା ମିଳିଛି । ଓଡ଼ିଶା ସମାଚାର