Friday , March 31 2023
Home / ବିଶେଷ / ସରକାରୀ ଆଇ ଟି ଆଇ ସ୍ଥାନାନ୍ତର କୁ ଜୋରଦାର୍ ବିରୋଧ

ସରକାରୀ ଆଇ ଟି ଆଇ ସ୍ଥାନାନ୍ତର କୁ ଜୋରଦାର୍ ବିରୋଧ

 କ୍ରିୟାନୁଷ୍ଠାନ କମିଟି ପକ୍ଷ୍ୟରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର – ଦାବି ପୁରଣ୍ ନହେଲେ ଆନ୍ଦୋଳନ ତୀବ୍ରତର

ଜୁନାଗଡ଼,୦୫/୦୬/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )- ଓଡ଼ିଶା ସରକାର ଙ୍କ ତରଫ ରୁ କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ରେ ଅବସ୍ଥିତ ମୋଡେଲ ଡିଗ୍ରୀ କଲେଜ ପରିସର ମଧ୍ୟ ରେ ପ୍ରତିଷ୍ଠା  ହେବାକୁ ଥିବା ଏକ ସରକାରୀ ଆଇ ଟି ଆଇ ର ସ୍ଥାନାନ୍ତରକୁ ବିରୋଧ କରି ଆଇ ଟି ଆଇ ମିଳିତ କ୍ରିୟାନୁଷ୍ଠାନ କମିଟି ଜୁନାଗଡ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ଉଦେଶ୍ୟ ରେ କଲହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଓଡିଶା ସରକାରଙ୍କ ସ୍କିଲ ଡେଭଲପମେଣ୍ଟ ସେଣ୍ଟର ଓ ବୈଷୟିକ ଶିକ୍ଷ୍ୟାବିଭାଗ ତରଫରୁ ଜୁନାଗଡ଼ରେ ପ୍ରତିଷ୍ଠା ନେଇ ପ୍ରସ୍ତାବ ରହିଥିଲା। ହେଲେ ଏହି ଆଇଟିଆଇ ଧର୍ମଗଡ ସହର କୁ ସ୍ଥାନାନ୍ତର ନେଇ ଓଡ଼ିଶା ସରକାରଙ୍କ ର ସ୍କିଲ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଯୁକେସନ ତରଫରୁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଏକ ଚିଠି ହୋଇଥିଲା। ଏଥିରେ ଧର୍ମଗଡ ସହର ରେ ସ୍ଥାପନ ପାଇଁ ଭୂମି ଚିହ୍ନଟ ପାଇଁ ନିର୍ଦ୍ଦେଶ ହୋଇଛି। ହେଲେ ସ୍ଥାନୀୟ ଆରଏମସି ସଭାଗୃହ ଠାରେ ଜୁନାଗଡ ର ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ମାନେ ଏକ ଜରୁରୀ ବୈଠକ କରି ତୀବ୍ର ବିରୋଧ କରିଥିଲେ । ଏଥିନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ମତ ପ୍ରକାଶ ପାଇଥିଲା ଯେ ଜୁନାଗଡ କଳାହାଣ୍ଡି ର କେନ୍ଦ୍ର ସ୍ଥଳ ରେ ଅବସ୍ଥିତ ଏବ୍ଂ ଏହା ଜିଲ୍ଲା ର ଅର୍ଥନୈତିକ କେନ୍ଦ୍ର ଅଟେ । ଏଠାରେ ସମସ୍ତ ଭିତିଭୂମି ରହିଥିବା ରୁ ଏହି ପ୍ରସ୍ତାବିତ ସରକାରୀ ଆଇ ଟି ଆଇ ର ପୂର୍ଣ୍ଣ ଆବଶ୍ୟକତା ରହିଛି  ।  ଏବ୍ଂ ଏହି ପରିପେକ୍ଷୀରେ ଜୁନାଗଡ ମଡେଲ ଡିଗ୍ରୀ କଲେଜ ପରିସର ମଧ୍ୟରେ ଓଡିଶା ସିଲ୍କ ଡେଭଲପମେଣ୍ଟ ଏବ୍ଂ ଟେକ୍ନିକାଲ ଏଡୁକେସନ୍ରେ ଡିପାର୍ଟମେଣ୍ଟ ତରଫ ରୁ ଏହା ପ୍ରତିଷ୍ଠା ପାଇଁ କଳାହାଣ୍ଡି ଜିଲ୍ଲା ପାଲ୍ ଙ୍କୁ ଚିଠି ହୋଇଥିଲା ।ଜୁନାଗଡ଼ ରୁ ଧର୍ମଗଡ଼କୁ ସ୍ଥାନାନ୍ତର କରାଯିବା ଜୁନାଗଡ ପ୍ରତି ସମ୍ପୂର୍ଣ୍ଣ ଉପେକ୍ଷା ଏବ୍ଂ ଦୁର୍ଭାଗ୍ୟ ଜନକ ବୋଲି କ୍ରିୟାନୁଷ୍ଠାନ କମିଟି ତରଫରୁ ଅସନ୍ତୋଷ ପ୍ରକାଶ ପାଇଥିଲା ।  ଯଦିଓ ଏହି ଆଇ ଟି ଆଇ ଜୁନାଗଡ ଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ ହୁଏ ତାହା ହେଲେ ଜୁନାଗଡ ବ୍ଲକ ର ସମସ୍ତ ସଂଗଠନ ତରଫରୁ ସଂଗ୍ରାମ ଜାରିରହିବ ଏବଂ ରାଜରାସ୍ତା କୁ ଓହ୍ଲାଇ ବେ ବୋଲି ଚରମ ଚେତାବନୀ ଦେଇଛନ୍ତି। ଏଥିନେଇ କ୍ରିୟାନୁଷ୍ଠାନ କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆଗାମୀ ଦିନରେ କ୍ରିୟାନୁଷ୍ଠାନ କମିଟି ତରଫରୁ ଏହି ଦାବି ନେଇ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଦୃଢ ନିଷ୍ପତି ନେଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.