Friday , March 31 2023
Home / ବିଶେଷ / ଶୀତଳ ଷଷ୍ଠୀ ; ବାବା କାଶୀ ବିଶ୍ୱନାଥ – ମାତା ପାର୍ବତୀ ଙ୍କ ବିବାହ ସଂପନ୍ନ

ଶୀତଳ ଷଷ୍ଠୀ ; ବାବା କାଶୀ ବିଶ୍ୱନାଥ – ମାତା ପାର୍ବତୀ ଙ୍କ ବିବାହ ସଂପନ୍ନ

ଭୁବନ ,୦୫/୦୬/୨୦୨୨( ଓଡ଼ିଶା ସମାଚାର )-ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ଲତାବିଲ ଛତାମଠ ସ୍ଥିତ ବାବା କାଶୀ ବିଶ୍ୱନାଥ ଙ୍କ ର ମାତା ପାର୍ବତୀ ଦେବୀ ଙ୍କ ସହିତ ବିବାହ ସଂପନ୍ନ ହୋଇଯାଇଛି । ଶୀତଳ ଷଷ୍ଠୀ ନିମନ୍ତେ କାଶୀ ବିଶ୍ୱନାଥ ମନ୍ଦିର,ଛତାମଠ ପରିସରରେ ଶୁକ୍ରବାର ମହାଦେବଙ୍କ ମଙ୍ଗଳପାକ ହୋଇଥିଲା ଓ ଶନିବାର ସକାଳେ ସୂର୍ଯ୍ୟପୂଜା , ମହାସ୍ନାନ ପରେ ବାଟବରଣୀ କାର୍ଯ୍ୟ ସଂପନ୍ନ ହେବାପରେ ବିବାହ ଅନୁଷ୍ଠିତ ହୋଇଥିଲା । ଦେବ ବିବାହରେ ପ୍ରାୟ ୫୦୦ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ସାମୁହିକ ପ୍ରସାଦସେବନ କରିଥିଲେ । ଚଳିତ ବର୍ଷ ପୂଜାରାଣୀ ସାହୁ ଓ ନିରଂଜନ ସାହୁ କନ୍ୟା ମାତା ପିତା ସାଜିଥିଲା ବେଳେ ସୋନାଲି ଦାସ ଓ ହୃଷିକେଶ ଦାସ ବର ମାତା ପିତା ସାଜିଛନ୍ତି । ସଂଧ୍ୟାରେ ସୁସଜ୍ଜିତ ପାଲିଙ୍କିରେ ଦେବ ଦମ୍ପତି ବାଜା,ବାଣ,କୀର୍ତନମଣ୍ଡଳୀ ରୋଷଣୀରେ ସହର ପରିକ୍ରମା କରିଥିଲେ । କାଶୀ ବିଶ୍ୱନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ହରିହର ସାହୁ ଙ୍କ ସମେତ ସୁରେନ୍ଦ୍ର ପୋଥାଳ, ସଦାନନ୍ଦ ନାୟକ, ପର୍ଶୁରାମ ପୋଥାଳ ଓ ଟ୍ରଷ୍ଟର କର୍ମକର୍ତା ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.