ଭୁବନେଶ୍ୱର,୦୫/୦୬/୨୦୨୨( ଓଡ଼ିଶା ସମାଚାର )- ସରକାରୀ ଦଳ ମୁଖ୍ୟ ସଚେତକ ହେଲେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି । ଆଜି ସନ୍ଧ୍ୟାରେ ଏ ସମ୍ପର୍କରେ ସଂସଦିୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଗତକାଲି ଦଳର ମୁଖ୍ୟ ସଚେତକ ହେବେ ବୋଲି ଆଲୋଚନା ହେଉଥିଲା । ଆଜି ନୂତନ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଥିଲେ ହେଲେ ଜଗତସିଂହପୁର ଜିଲାରୁ କାହାରିକୁ ମନ୍ତ୍ରୀ ମଣ୍ଡଳରେ ଗ୍ରହଣ କରାଯାଇନଥିଲା । ଆଜି ସନ୍ଧ୍ୟାରେ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗତକାଲି ର ଆଲୋଚନା ସତ୍ୟ ବୋଲି ପ୍ରମାଣିତ ହୋଇଛି । ଓଡ଼ିଶା ସମାଚାର