ଗରଦପୁର,୦୫/୦୬/୨୦୨୨( ଓଡ଼ିଶା ସମାଚାର )- ଆଜି ବିଶ୍ୱ ପରିବେଶ ଦିବସରେ ଗରଦପୁରର ପୂର୍ବ ତହସିଲଦାର ଏବଂ ବର୍ତମାନର ଗରଦପୁର ସବ ରେଜିଷ୍ଟ୍ରାର ଅଶୋକ କୁମାର ବେହେରା ଙ୍କୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ଅତିରିକ୍ତ ଶାସନ ସଚିବ ମୋନା ଶର୍ମା ପ୍ରକୃତି ବନ୍ଧୁ ପୁରସ୍କାର ଘୋଷଣା କରିଛନ୍ତି । ଶ୍ରୀ ବେହେରା ଛାତ୍ର ଜୀବନରୁ ପରିବେଶ ସୁରକ୍ଷା ସମିତି ର ସଭାପତି ଥିଲେ । ପରିବେଶ ସଚେତନତା , ପରିବେଶ ସୁରକ୍ଷା ଉପରେ କାର୍ଯ୍ୟକରି ବୃକ୍ଷ ରୋପଣ ଓ ଜଳବାୟୁ ପରିବର୍ତନ ଉପରେ ଅନେକ ସଫଳ ପଦକ୍ଷେପମାନ ନେଇଛନ୍ତି । ସେ ମହାନଦୀ ଚିତ୍ରୋତ୍ପଳା ଦୀପାଂଚଳ ଜଳସେଚନ କେନାଲ ଖନନ ପାଇଁ ଗତ ବର୍ଷ ଗରଦପୁର ତହସିଲଦାର ଭାବରେ ପ୍ରଶାସନିକ କ୍ଷେତ୍ରରେ ସଫଳ କାର୍ଯ୍ୟ କରି ଜଳସମ୍ପଦ ବିଭାଗ ପକ୍ଷରୁ ସମ୍ବଦ୍ଧିତ ହୋଇଥିଲେ । ଜଣେ ପରିବେଶ କର୍ମୀ ଭାବରେ ସରକାରୀ ଛୁଟି ଦିନ ମାନଙ୍କରେ ବିଭିନ୍ନ ସ୍କୁଲ, କଲେଜ ଓ ଚାରଣ ଭୂମିରେ ବୃକ୍ଷ ରୋପଣ କରିବା ସହିତ ପରିବେଶ ପ୍ରଦୁଷଣ ଓ ଜଳବାୟୁ ପରିବର୍ତନ ଉପରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ଆଜି ପରିବେଶ ଦିବସରେ କେନ୍ଦ୍ରାପଡ଼ା ଡ଼ିଏଫଓଙ୍କ ଠାରୁ ପାଇଥିବା ପୁରସ୍କାର ରାଶିକୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଂଠିକୁ ଦାନ କରିବାକୁ ଉପସ୍ଥିତ ସମସ୍ତ ପଦାଧିକାରୀଙ୍କ ଗହଣରେ ଘୋଷଣା କରିଥିଲେ । ଓଡ଼ିଶା ସମାଚାର