ଗରଦପୁର,୦୫/୦୬/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ବାରୁଣୀ ପିଠରେ ସାରସ୍ୱତ ସଂଗଠନ ପାଟକୁରା ପୂଜ୍ୟ ପୂଜା ସଂସଦର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଅନୁଷ୍ଠାନର ସଭାପତି ଡ଼ାକ୍ତର ବୈଲୋଚନ ଛାଟୋଇ ଅଧ୍ୟକ୍ଷତା କରିଥିଲେ । ଏଥିରେ ଉଦଘାଟକ ଭାବେ ବରିଷ୍ଠ ସାମ୍ବାଦିକ ଡାÿକ୍ତର ସତ୍ୟ ରାୟ ଯୋଗ ଦେଇଥିବାବେଳେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ତଥା ପ୍ରଶାସକ ଧନଂଜୟ ସ୍ୱାଇଁ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ର ପ୍ରଚାର ପ୍ରସାର ଦିଗରେ ପୂଜ୍ୟ ପୂଜା ସଂସଦ ବ୍ରତି ହେବା ସହିତ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଉତ୍ସବରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ତଥା ଇଷ୍ଟ କୋଷ୍ଟ ରେଲୱେ ଜନ ସମ୍ପର୍କ ଅଧିକାରୀ ନୀରାକାର ଦାସ ଯୋଗଦେଇ ବୌଦ୍ଧିକ ଓ ବୈଷୟିକ ଜ୍ଞାନ ର ଯୁବ ପିଢ଼ି ସୁବିନିଯୋଗ କରିବା ଉପରେ ଆଷଳାକପାତ କରିଥିଲେ । ଅନୁଷ୍ଠାନର ସମ୍ପାଦକ ପଣ୍ଡିତ ପ୍ରଫୁଲ କୁମାର ପଣ୍ଡା ବାର୍ଷିକ ବିବରଣି ପାଠ କରିଥିଲେ । ଏହି ଅବସରରେ ୩ୟ ବାର୍ଷିକ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ପରିପ୍ରେକ୍ଷିରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଭା ପୂର୍ବତନ ପ୍ରଧାନ ଶିକ୍ଷକ ମୂରଲୀଧର ଦାସ, ଶବର କବି ବୀର କିଶୋର ନାୟକ, ଅବସରପ୍ରାପ୍ତ ଶିକ୍ଷକ ବଟକୃଷ୍ଣ ବାରିକ , ବରିଷ୍ଠ ସାମ୍ବାଦିକ ଓ ସମ୍ବାଦପତ୍ର ବିତରକ ଗୋକୁଳାନନ୍ଦ ପରିଜା ଓ ମୃତିକା ଶିଳ୍ପୀ ଶ୍ରୀଧର ନାୟକ ଙ୍କୁ ଅତିଥି ମାନେ ଉତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉତ୍ସବ ପ୍ରାରମ୍ଭ ରେ ଶ୍ରୀ ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ପୁଷ୍ପ ଅର୍ଘ୍ୟ ପ୍ରଦାନ କରାଯିବା ସହ ଆବାନୀ ସଙ୍ଗିତ ଗାନ କରାଯାଇଥିଲା । ଓଡ଼ିଶା ସମାଚାର