ଭୁବନେଶ୍ୱର,୦୫/୦୬/୨୦୨୨ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଅପେକ୍ଷାର ଅନ୍ତ ଘଟିଛି । ଆଜି ନୂତନ ମନ୍ତ୍ରୀମାନେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ ଶପଥ ପାଠ କରାଇଥିଲେ । ଆଜି ର ଏହି ଶପଥ ଗ୍ରହଣ ଉତ୍ସବରେ ୧୩ ଜଣ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ୮ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମନ୍ତ୍ରୀ ମାନଙ୍କ ମଧ୍ୟରେ ଆଜି ସନ୍ଧ୍ୟା ସୁଦ୍ଧା ବିଭାଗ ବଂଟନ ହୋଇଯିବା ର ସମ୍ଭାବନାରହିଛି ।
କ୍ୟାବିନେଟ ମନ୍ତ୍ରୀ :
୧)ଜଗନ୍ନାଥ ସାରକା ୨) ନିରଞ୍ଜନ ପୂଜାରୀ ୩) ରଣେନ୍ଦ୍ର ପ୍ରତାପ ସ୍ବାଇଁ ୪)ପ୍ରମିଳା ମଲିକ ୫) ଉଷା ଦେବୀ ୬) ପ୍ରଫୁଲ୍ଲ ମଲ୍ଲିକ ୭) ପ୍ରତାପ ଦେବ ୮) ଅତନୁ ସବ୍ୟସାଚୀ ନାୟକ ୯) ପ୍ରଦୀପ କୁମାର ଅମାତ ୧୦) ନବ କିଶୋର ଦାସ ୧୧)ଅଶୋକ ଚନ୍ଦ୍ର ପଣ୍ଡା ୧୨) ଟୁକୁନୀ ସାହୁ ୧୩) ରାଜେନ୍ଦ୍ର ଢ଼ୋଲକିଆ
ରାଷ୍ଟ୍ରମନ୍ତ୍ରୀ :
୧)ସମିର ରଂଜନ ଦାଶ ୨) ଅଶ୍ୱିନୀ କୁମାର ପାତ୍ର ୩) ପ୍ରିତି ରଂଜନ ଘଡ଼େଇ ୪) ଶ୍ରୀକାନ୍ତ ସାହୁ ୫) ତୁଷାରକାନ୍ତି ବେହେରା ୬) ରୋହିତ ପୁଜରୀ ୭) ରାତା ସାହୁ ୮)ବାସନ୍ତୀ ହେମ୍ବ୍ରମ