Friday , March 31 2023
Home / ବିଶେଷ / ଗ୍ରୀନ୍ ଡ଼େଭଲପମେଂଟ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ 

ଗ୍ରୀନ୍ ଡ଼େଭଲପମେଂଟ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ 

ଗରଦପୁର,୦୫/୦୬/୨୦୨୨( ଓଡ଼ିଶା ସମାଚାର )- ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଗ୍ରୀନ୍ ଡ଼େଭଲପମେଂଟ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ସ୍ଥାନୀୟ ପିକେ ଗୁରୁକୂଳ ଆଶ୍ରମ ବିଦ୍ୟାଳୟ ପରିସରରେ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଚେତନତା ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକୃତି ବନ୍ଧୁ ସନ୍ତୋଷ ଜେନା ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପରିବେଶବିତ ପ୍ରଶାନ୍ତ କୁମାର ପଣ୍ଡା , କଂଠ ଶିଳ୍ପି ନୃସିଂହ ଚରଣ ନନ୍ଦ , ଶିକ୍ଷାବିତ ଦିବାକର ସାହୁ, ଶିକ୍ଷକ ବିଧୁ ପ୍ରସାଦ ରଥ , ବାବାଜୀ ପାତ୍ର , ଦେବେନ୍ଦ୍ର ନାୟକ, କରଉଣାକର ମୁଦୁଲି, ଲଳିତ ମନ୍ଥନ ପ୍ରମୁଖ ଯୋଗଦେଇ ବିଶ୍ୱ ବ୍ରହ୍ମାଣ୍ଡରେ ପୃଥିବୀ ଏକ ମାତ୍ର ଜୀବ ଉପଯୋଗି ଗ୍ରହ  ହୋଇଥିବାରୁ ଏହାର ସୁରକ୍ଷା ଜରୁରୀ  ଶିର୍ଷକ ବିଷୟ ଉପରେ ଆଷଳକପାତ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପିଜୁଳି, କାଜୁ, ଆକାଶିଆ ଓ ନଡ଼ିଆ ଗଛ ଚାରା ଆଶ୍ରମ ପରିସରରେ ବୃକ୍ଷ ରୋପଣ କରାଯାଇ ଶୁଭାରମ୍ଭ କରାଯାଇଥିଲା । ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ଚାରା ବଂଟନ କରାଯାଇଥିଲା । ଆୟୋଜିତ ତର୍କ ପ୍ରତିଯୋଗୀତାରେ ବିଶ୍ୱ କଲ୍ୟାଣୀ ନନ୍ଦ, ସନ୍ତୋଷିନୀ ଦାସ, ସୁମିତ୍ରା ସାହୁ, ଅଙ୍କିତା ସୁତାର ପ୍ରମୁଖ ଙ୍କୁ ପୁରସ୍କୃତ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.