Friday , March 31 2023
Home / ପର୍ଯ୍ୟଟନ ଓ ସଂସ୍କୃତି / ଗୋରଖନାଥ ପିଠରେ ମାନସିକ ରୋଷେଇ ପାଇଁ ନିଷ୍ପତି

ଗୋରଖନାଥ ପିଠରେ ମାନସିକ ରୋଷେଇ ପାଇଁ ନିଷ୍ପତି

ରଘୁନାଥପୁର, ୦୫/୦୬/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରଖନାଥ ପିଠରେ ଦୀର୍ଘ ୨ ବର୍ଷର କୋଭିଡ଼ କଟକଣା ହଟିବା ପରେ ଆଜି ଟ୍ରଷ୍ଟ ବୋର୍ଡ଼ ପକ୍ଷରୁଏକ ବୈଠକ ଡ଼କାଯାଇ ପ୍ରଭୁଙ୍କ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କକ ନିମନ୍ତେ ଆସନ୍ତା ୧୦ ତାରିଖ ଠାରୁ ମାନସିକ ରୋଷ ଖଟଣି ଭୋଗ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଯେଉଁ ଭକ୍ତମାନେ ରୋଷେଇ କରିବାକୁ ଇଛୁକ ସେମାନେ ରୋଷେଇ କରିବାର ୩ ଦିନ ପୂର୍ବରୁ ନିଜର ଆଧାର କାର୍ଡ଼ ସହ କେତେ ଜଣ ଭକ୍ତଙ୍କ ନିମନ୍ତେ ରୋଷେଇ କରିବେ ସମସ୍ତ ବିବରଣୀ ସହ ଟଙ୍କା ଦାଖଲ କରି ମନ୍ଦିର କାର୍ଯ୍ୟାଳୟରୁ ରସିଦ ହାସଲ କରିବେ । ଓ ପରେ ନିଜର ମାନସିକ ରୋଷେଇ ଏଠାରେ କରିପାରିବେ ବୋଲି ନିଷ୍ପତି ନଆଯାଇଛି । ଏହି ବୈଠକରେ ମନ୍ଦିର କାର୍ଯ୍ୟ ନିର୍ମାହୀ ଅଧିକାରୀ ସୌର୍ଯ୍ୟ ରଂଜନ ପରିଜା, ଛପଡ଼ା ସରପଂଚ ପ୍ରତିନିଧି ନୀରାକାର ଖୁଂଟିଆ, ସମିତି ସଭ୍ୟ ରଂଜନ କୁମାର ସ୍ୱାଇଁ, ଗ୍ରାମବାସୀଙ୍କ ପକ୍ଷରୁ ଜୀବନ ବଲଭ ମହାନ୍ତି, ରମେଶ ଚନ୍ଦ୍ର ମହାନ୍ତି, ସୁରେନ୍ଦ୍ର ସ୍ୱାଇଁ, ଶାସାନ୍ତ ଦାସ, ପ୍ରମୋଦ ମହାନ୍ତି,କ୍ଷୀରୋଦ ମହାନ୍ତି, ପ୍ରଶାନ୍ତ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.