Friday , March 31 2023
Home / ବିଶେଷ / ଗଛ ବଂଚିଲେ ମାନପତ୍ର, ଅଭିନବ ପରିବେଶ ସୁରକ୍ଷା

ଗଛ ବଂଚିଲେ ମାନପତ୍ର, ଅଭିନବ ପରିବେଶ ସୁରକ୍ଷା

ଭୁବନେଶ୍ୱର, ୦୫/୦୬/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ପରିବେଶ ଦିସବ ପାଳନ ସହ ସବୁ ଆଡ଼େ ଏବେ ପରିବେଶ ପାଇଁ ଚିନ୍ତା । ହେଲେ ଚାରା ରୋପଣ ହେଉଥିଲେ ମଧ୍ୟ ଏହାର ଯତ୍ନ ନିଆ ନଯିବାରୁ ଏହା ମରି ଯାଉଛି । ସେଥି ପାଇଁ ସାହଯ୍ୟ ଅନୁଷ୍ଠାନ ସଭାପତି ଡ. ଲିଙ୍ଗରାଜ ସାହୁ ଅଭିନବ କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି । ବିଶ୍ୱ ପରିବେଶ ଦିବସଠୁ ଯେଉଁମାନେ ଯେଉଁ ବ୍ୟକ୍ତି ଓ ଅନୁଷ୍ଠାନ ଚାରା ରୋପଣ କରି ୫ଟି ଗଛ ବଂଚିଥିବାର ପ୍ରମାଣ ଅନ୍ଲାଇନ୍ରେ ପ୍ରଦାନ କରିବେ ସେମାନଙ୍କୁ ମାନପତ୍ର ପ୍ରଦାନ କରାଯିବ ବୋଲି ସାହଯ୍ୟ ଅନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଛି । ଚାରା ଲଗାଇବା ଓ ଉକ୍ତ ସ୍ଥାନରେ ୬ମାସ ପରେ ଗଛର ଫଟୋ ୮୮୯୫୭୨୭୧୪୩ ନମ୍ବରରେ ପ୍ରଦାନ କରିବେ । ଏହା ପରେ ମାନପତ୍ର ପ୍ରଦାନ କରାଯିବ ବୋଲି କୁହାଯାଇଛି । ସେହିପରି ପରିବେଶ ଓ ସ୍ୱସ୍ଥ୍ୟକୁ ରକ୍ଷା ପାଇଁ ଔଷଧୀୟ ବୃକ୍ଷ କରାଯାଇଛି । ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିନ ଓ ବିବାହ ବାର୍ଷିକ ଉତ୍ସବ ଦିନରେ ବିଭିନ୍ନ ଔଷଧୀୟ ଚାରା ବଂଟନ ଓ ବୃକ୍ଷ ରୋପଣ କାର୍ୟ୍ୟ ହାତକୁ ନିଆଯାଇଛି । ବିଶିଷ୍ଟ ବ୍ୟକ୍ତିଙ୍କ ହାତରେ ଏହି ଚାରା ବଂଟନ କରାଯାଇ ଚାରା ରୋପଣ କରାଯିବ । ଏହି ଉପଲକ୍ଷେ ଅବସରପ୍ରାପ୍ତ ପ୍ରଶାସକ ଅଲେଖ ଚରଣ ସାହୁ ଓ ତାଙ୍କ ଧର୍ମପତ୍ନୀ ନୟନା କୁମାରୀ ସାହୁଙ୍କ ବିବାହ ୫୮ତମ ବାର୍ଷିକ ଅବସରରେ ଆଇଆର୍ସି ଭିଲେଜ୍ ଏନ୍ ୧ ପାର୍କ ନିକଟରେ ଚାରା ବଂଟନ କରାଯିବା ସହ ବୃକ୍ଷ ରୋପଣ କରାଯାଇଥିଲା । ଶତାଧିକ ଲୋକଙ୍କୁ ବାସଙ୍ଗ, ଡାଲଚିନି, ଗିଲୟ, ଅଶ୍ୱଗନ୍ଧା, ଦୁଲାଭା, ସମୀ, ଅର୍ଜୁନ, ଗଙ୍ଗଶିଉଳି, ଅଶୋକା, ବଚ ଆଦି ଚାରା ବଂଟନ କରାଯାଇ ପରିବେଶ ସୁସ୍ଥ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ସାହଯ୍ୟ ଅନୁଷ୍ଠାନର କାର୍ୟ୍ୟକାରୀ ସଭାପତି ସମାଜସେବୀ ସରୋଜ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସକ ଅଲେଖ ଚରଣ ସାହୁ ଓ ତାଙ୍କ ଧର୍ମପତ୍ନୀ ନୟନା କୁମାରୀ ସାହୁ ଓ ବହୁ ମୁରବୀ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.